ସୋନପୁର ବ୍ଲକସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ସ୍ଥିତ ବିଶ୍ୱ ଭାରତୀ ଚିନ୍ତନ ଶିକ୍ଷା ନିକେତନ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଆୟୋଜିିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ରେଡକ୍ରସ ପତାକା ଉତ୍ତୋଳନ କରି ଅଭିଯାନକୁ ଉଦ୍‌ଘାଟିତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ତ୍ରିପାଠୀ, ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ଉଦ୍‌ଘାଟନୀ ସଭାରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଅଭିଯାନକୁ ପରିଚାଳନା କରିଥିଲେ । ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ସ୍ୱାଗତ ଅଭିଭାଷଣ ଦେଇଥିଲେ । ସୋନପୁର ବ୍ଲକର ୨୩ ଗୋଟି ସ୍କୁଲରୁ ଆସିଥିବା ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କୁ ସାଧନକର୍ମୀ ଅନୁପ୍ରୀୟ ମିଶ୍ର, ଚନ୍ଦ୍ର ଶେଖର ମହାପାତ୍ର, ଗୋପେଶ ପଣ୍ଡା ରେଡକ୍ରସ ଆନ୍ଦୋଳନ, ଜୁନିଅର ରେଡକ୍ରସର ବିଦ୍ୟାଳୟସ୍ତରୀୟ ସର୍ବନିମ୍ନ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ସିପିଆର୍‌, ରକ୍ତ ସ୍ରାବ, ରିକୋଭରି ପୋଜିସନ, ମୂର୍ଚ୍ଛା, ବ୍ୟାଣ୍ଡେଜ, ରକ୍ଷକର ସଡକ ସୁରକ୍ଷା ବିଷୟରେ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ୟୁିଟର ଛାତ୍ରଛାତ୍ରୀ, ଶିକ୍ଷକ ଲୋକନାଥ ଠେଲା, ଚିତରଂଜନ ଭୋଇ, ଲବ ପାରୁଆ, ଦେବେନ୍ଦ୍ର ଗହିର, ଲୋକନାଥ ମିସ୍ତ୍ରୀ, ସୁବାଶିଷ ଖେତି, ଜୟକୃଷ୍ଣ ନାୟକ, ପଦ୍ମନାଭ ନନ୍ଦ, ସସ୍ମିତା ଭୋଇ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ବସୁଦେବ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.