ମହିଳା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ୍‌ ବେଲଗାଁ କଲ୍ୟାଣ ମଣ୍ଡପଠାରେ ଆଇ.ଏଚ୍‌.ଇ.ସି. ଓ ବାବାଧାମ ଟ୍ରଷ୍ଟ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ସଂଯୋଜକ ଜୟଦେବ ବେହେରା ମୁଖ୍ୟ ଅତିଥି, ମ୍ୟାନେଜର ଦୁର୍ଗାପ୍ରସାଦ ତ୍ରିପାଠୀ ଓ କଳାହାଣ୍ଡି ଜିଲ୍ଲା ସଂଯୋଜକ ରହିମ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ସଂଯୋଜକ କଳ୍ପନା ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୪ଗୋଟି ବ୍ଲକ୍‌ର ସଂଯୋଜକ, ବିଭିନ୍ନ ପଞ୍ଚାୟତର ଶତାଧିକ ମହିଳା ମିତ୍ରମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବୀଣ ନାଗ, ସୁଦାମ ନାଗ, ଅଲିମ ବାଗ, ପ୍ରମୋଦିନୀ ହରପାଲ, ମଳୟ ପ୍ରସାଦ ନାଗ, ସୁକନ୍ୟା ରାଜହଂସ, ଗୋବିନ୍ଦ ବିଭାର, ପୁଷ୍ପାଞ୍ଜଳି ସୁନା ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ସଂଯୋଜକ ସଫିକ ନନ୍ଦ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.