
ଭୁବନେଶ୍ୱର, (କେପିଏନ୍ଏସ୍) : ଏଚ୍୩ଏନ୍୨ ଇନ୍ଫ୍ଲୁଏନ୍ଜା ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ । ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ ମାସ୍କ ପିନ୍ଧି ନଥିଲେ ମୁହଁରେ ରୁମାଲ ଦିଅନ୍ତୁ । କର ମର୍ଦ୍ଦନ କରନ୍ତୁ ନାହିଁ । ନିଜ ମନକୁ ଔଷଧ କିଣି ନଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।