ପଖନମୁଣ୍ଡା ବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ସଚେତନତା ସଭା

ତୁରେକେଲା, (କୈଳାସ ସଗ୍ରିଆ) : ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସପ୍ତାହର ଶେଷ ଦିବସରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଶିକ୍ଷକ ମନୋଜ କୁମାର ତାଣ୍ଡୀ, ବିଶେଶ୍ୱର ମୁଦୁଲି, ଅଲେଖ ବନଗୋଲା, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କର୍ମକର୍ତ୍ତା ବିଜୁଦାସ ମହାନନ୍ଦ, ଯଶୋବନ୍ତ କୁମ୍ଭାର, ନରେଶ ତାଣ୍ଡୀ, ସୁଶୀଲ ଛତ୍ରିଆ, ଅରୁଣ ସମରଥ, ପୃଥ୍ୱୀରାଜ ବାରିକ, ଜୟ ନାଗ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ, ଗ୍ରାମବାସୀମାନଙ୍କୁ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ତା’ପରେ ସଭାରେ ଉପସ୍ଥିତ ଅତିଥି ବୃନ୍ଦ ସଡ଼କ ସୁରକ୍ଷା ଓ ନୀତି ନିୟମ ଉପରେ କହିଥିଲେ । ସଭା ପରେ ସମସ୍ତେ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ ।

Leave A Reply

Your email address will not be published.

error: Content is protected !!