jayashree

ରାଉରକେଲା ବିକାଶ ମଞ୍ଚର ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ମଇ ଏକ ତାରିଖ ଦିନ ରାଉରକେଲା ବିକାଶ ମଞ୍ଚ ତରଫରୁ ଅନ୍ୟ ଏକ ଜନ ସଚେତନତା ଶିବିର ବାସନ୍ତୀ କଲୋନୀର ଜଗନ୍ନାଥ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଏହି ସମାବେଶରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତ ରାଉରକେଲା ଏବଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ରାଉରକେଲାରେ ଏକ ନୂଆ ରେଳ ଡିଭିଜନ ସ୍ଥାପନ କରାଇବା, ସୁପର ସ୍ପେସିଆଲଟି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇବା, ୪ସି ଯୁକ୍ତ ବିମାନ ବନ୍ଦର ଚଳାଇବା ଆଦି ଦାବୀ ଗୁଡିକ ସହ ଏହି ମଞ୍ଚର ଆଭିମୁଖ୍ୟ ଓ ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ସମାବେଶରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ କର୍ମକର୍ତ୍ତା, ସ୍ବେଛାସେବୀ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ସମାଜସେବୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ମହିଳା ସ୍ବେଛାସେବୀମାନେ ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ । ବିଜେଡିର ସାଙ୍ଗଠନିକ ଉପସଭାପତି ଆଡ଼ଭୋକେଟ ସୁଦାମ ଦାସ, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବିଧାୟକ ପ୍ରାର୍ଥୀ ନିହାର ରାୟ, ଗୁଣ୍ଡୁଚି ଅନୁଷ୍ଠାନର ସଭାପତି ଓ ସମାଜସେବୀ ଭଗବାନ ରାଉତ, ଆପ ପାର୍ଟିର ସମ୍ପାଦକ ରଞ୍ଜନ ଲେଙ୍କା, ବାସନ୍ତୀ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀବତ୍ସ କୁଅଁର, ବିଶିଷ୍ଟ ଉଦ୍ୟୋଗପତି ତଥା ଗୁଣ୍ଡୁଚିର ସମ୍ପାଦକ ଇଂ କୁମୁଦ ରଞ୍ଜନ ମହାନ୍ତି, ନାଟ୍ୟକାର ଗଙ୍ଗାଧର ଜେନା, ଧାମରା ସଂଘର ସାଧାରଣ ସମ୍ପାଦକ ଅକ୍ଷୟ ଦାସ, ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଆଚାର୍ଯ୍ୟ, ଓଇ ଆର ୱାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ରବି ନାରାୟଣ ସୁତାର, ସୁବର୍ଣ୍ଣରେଖା ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ, ଆଖଣ୍ଡଳମଣି ମନ୍ଦିର କମିଟିର ସମ୍ପାଦକ ଚିତ୍ତ ରଞ୍ଜନ ମହାନ୍ତି, ଜଗଦା ସାଂସ୍କୃତିକ ପରିଷଦର ସଭାପତି ତଥା ବିକାଶ ମଞ୍ଚର ଉପଦେଷ୍ଟା ସଂଜୀବ ମହାନ୍ତି, ଡ଼କ୍ଟର ଏସ୍‌ଏସ୍‌ଦାସ ମେମୋରିଆଲ ଟ୍ରଷ୍ଟର ଉପ ସଭାପତି କାଶୀନାଥ ପଣ୍ଡା, ବିଶିଷ୍ଟ ଶିଳ୍ପପତି ପରଭେଜ ଅରୋରା ଓ ଅନ୍ୟମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେବା ସହ ରାଜନୈତିକ ବିବାଦ ଭୁଲି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କୁ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଥିଲେ । ବିଗତ ଦିନରେ ଜନ ସଚେତନତା ଅଭାବରୁ ଯେପରି ଇଏସ୍‌ଆଇସି ହସ୍ପିଟାଲ, ଆଇ ଆଇ ଏମ ମହାବିଦ୍ୟାଳୟ, ମେଲେରିଆ ଗବେଷଣା କେନ୍ଦ୍ର ଆଦି ଜିଲ୍ଲାରୁ ସ୍ଥାନାନ୍ତର ହୋଇଗଲା ତାହା ନିହାତି ଚିନ୍ତାର ବିଷୟ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କଳକାରଖାନା, ଖଣିଖାଦାନ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଅଫିସ, ଐତିହାସିକ ସ୍ଥଳ ଥିଲା ବେଳେ ଏବଂ ସରକାରଙ୍କୁ ବହୁ ପରିମାଣରେ ରାଜସ୍ବ ଦେଉଥିଲେ ମଧ୍ୟ କୌଣସି ଆଖି ଦୃଶିଆ ଉନ୍ନତି ହେଉନାହିଁ । ତେଣୁ ସମସ୍ତେ ରାଉରକେଲା ବିକାଶ ମଞ୍ଚର ଏଇଭଳି ଜନ ସଚେତନତା ଶିବିରର ଆୟୋଜନକୁ ପ୍ରଶଂସା କରିବା ସହ ଏହି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏକଜୁଟ ହେବାକୁ ମତ ରଖିଥିଲେ । ସଭାପତି ଅକ୍ଷୟ କୁମାର ଦାସ ସମସ୍ତଙ୍କୁ ଯୋଗଦାନ କରି ସୁଚିନ୍ତିତ ମତାମତ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିବା ସହିତ ବିକାଶ ମଞ୍ଚର ଏହିଭଳି ଚିନ୍ତାଧାରାରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉକି ବିକାଶ ମଞ୍ଚ ବିଭିନ୍ନ ସ୍ଥାନରେ ଏହିଭଳି ଜନ ସଚେତନତା ଶିବିରର ଆୟୋଜନ କରି ଆସୁଅଛି ।

Leave A Reply

Your email address will not be published.