ହନୁମାନ ବାଟିକା, ବୈଷ୍ଣବ ଦେବୀ ମନ୍ଦିର ଓ ପିତାମହଲରେ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ସଚେତନତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବୈଷ୍ଣବ ଦେବୀ ମନ୍ଦିର, ହନୁମାନ ବାଟିକା ପର୍ଯ୍ୟଟନ ସ୍ଥଳ ଓ ପିତାମହଲ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବିର ରାଉରକେଲା ଆଞ୍ଚଳିକ କାର୍ଯ୍ୟଶଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ଏସପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ବିଭାଗୀୟ ଅଧିକାରୀ ବୃନ୍ଦଙ୍କ ଉପସ୍ଥିତରେ ପର୍ଯ୍ୟଟନ ଓ ପିକନିକ୍ ଅଞ୍ଚଳ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପବିତ୍ର ସ୍ଥଳରେ ବର୍ଜ୍ୟ ବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱଚ୍ଛତା ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି । ହନୁମାନ ବାଟିକାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସେକ୍ରେଟାରୀ ଶୁଭ ପଟ୍ଟନାୟକ ଉପସ୍ଥିତ ଥିଲେ । ୱାଇଏମଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀଗଣଙ୍କ ଲୋକେ ବହୁସଂଖ୍ୟାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.