oom

ଟିଟିଲାଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ, ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ତରଫରୁ ନିରାପଦ ଶ୍ରମ ସ୍ଥାନାନ୍ତର ସଚେତନତା ସଭା ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବାହାର ରାଜ୍ୟକୁ ହେଉଥିବା ଦାଦନ ଚାଲାଣ ରୋକିବାକୁ ଏକ ସଚେତନତା ସଭା ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ଓଡ଼ିଶା, ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଟିଟିଲାଗଡ ରେଳବାଇ ଷ୍ଟେସନ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ସଚେତନତା ସଭାରେ ଶ୍ରମିକମାନେ କିପରି କାର୍ଯ୍ୟ କରିବାକୁ ବାହାର ରାଜ୍ୟକୁ ଯାଇ ପାରିବେ, କ’ଣ କ’ଣ କରିବେ, ପଞ୍ଜିକରଣ କରି ଯେଉଁ ଲୋକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବେ ସେମାନଙ୍କ ଅସୁବିଧାରେ ସରକାର ସେମାନଙ୍କୁ ସହାୟତା କରିପାରିବେ ସେ ବିଷୟରେ ବିସ୍ତୃତ ଭାବରେ ଲୋକଙ୍କୁ ବୁଝାଇଥିଲେ । ଯେଉଁମାନେ ବିନା ପଞ୍ଜିକରଣରେ ଲୁଚି ଛପି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଛନ୍ତି, ତାହାକୁ ରୋକିବାକୁ ଲୋକଙ୍କୁ ସଚେତନ କରିବା ପାଇଁ ଏହି ସଭା ଆୟୋଜିତ ହୋଇଥିଲା । ଯଦି ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଓ ରେଳବାଇ ପୋଲିସଙ୍କୁ ଖବର ଦେବାକୁ କୁହାଯାଇଥିଲା । ବେଆଇନ ଭାବେ ଦାଦନ ସର୍ଦ୍ଦାରମାନଙ୍କ କଥାରେ ନ ପଡ଼ି ପଞ୍ଜିକରଣ କରାଇ ବାହାରକୁ ଗଲେ ଦାଦନ ଶ୍ରମିକ ସୁରକ୍ଷିତ ରହିବେ ଏବଂ ପଞ୍ଜିକରଣ କରିବା ପରେ ଯଦି କିଛି ଅସୁବିଧା ହେଲେ ଦାଦନ ସର୍ଦ୍ଦାରଙ୍କ ସହ ମାଲିକଙ୍କ ବିରୋଧରେ ସରକାର ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ ହୋଇପାରିବ ବୋଲି କୁହାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ମନୋଜ କୁମାର ପ୍ରଧାନ, ରେଳବାଇ ସୁରକ୍ଷା ବଳର ଅଧିକାରୀ ଡି କେ ମିଶ୍ର, ଏଡ୍‌ଏଟ୍‌ ଆକ୍ସନର ଜିଲ୍ଲା ପରାମର୍ଶଦାତା ସନ୍ଧ୍ୟାରାଣୀ ପତି । ଏହି ଅବସରରେ ଡି ଏ ଭି ମହାବିଦ୍ୟାଳୟର ଅଧ୍ୟାପକ ଜୟଦେବ କର ଲୋକଙ୍କୁ ସଚେତନ କରିଥିଲେ । ସଭା ଶେଷରେ ଦୟାସାଗର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.