ମାହାମାରୀ ଅଧିନିୟମ ଆଇନ ଏବଂ ସରକାରୀ ନୀତି ଓ ନିୟମ (କୋଭିଡ-୧୯) ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଶ୍ରୀଯୁକ୍ତ ଦେବାଶିଷ ରାଉତଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଦୋବଶିଷ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସଭାଗୃହ ଠାରେ ଅନଲାଇନ ମାଧ୍ୟମରେ କୋଭିଡ-୧୯ ମହାମାରୀ ଅଧିନିୟମ ଆଇନ ଏବଂ ସରକାରୀ ନୀତି ଓ ଏହି ଅନଲାଇନ୍‌ ସଚେତନ କାର୍ଯ୍ୟକ୍ରମରେ ସିଭିଲ ଜଜ୍‌(ବରିଷ୍ଠ ବିଭାଗ) ଶ୍ରୀମତି ସସ୍ମିତା ନନ୍ଦିନୀ ତ୍ରିପାଠି କୋଭିଡ-୧୯ ର ମହାମାରୀ ଅଧିନିୟମ ଆଇନ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ । ଏବଂ ମ୍ୟୁନୁସିପାଲିଟି, ବିଲାଙ୍ଗିରର ନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ସରକାରୀ ନୀତି ଓ ନିୟମ (କୋଭିଡ-୧୯) ଉପଲକ୍ଷେ ସଚେତନତା କରିଥିଲେ । ପ୍ରାଧିକରଣର ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ମିଳୁଥିବା ସରକାରୀ ସାହାର୍ଯ୍ୟ, ପିଡିତା ସହାୟତା ରାଶି, ମାଗଣାରେ ଓକିଲ ନିଯୁକ୍ତି ଇତ୍ୟାଦି ବିଷୟରେ ସମ୍ୟକ ଧାରଣା ରଖିଥିଲେ ।

Leave A Reply

Your email address will not be published.