oom

ଗ.ଶ.ଡୁଙ୍ଗୁରିପାଲି ସମବାୟ ସମିତି ସଭାପତି ହେଲେ ହାଡିବନ୍ଧୁ ତ୍ରିପାଠୀ

jsmm

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗ.ଶ.ଡୁଙ୍ଗୁରିପାଲି ସମବାୟ ସମିତି ସଭାପତି ଭାବେ ପୁଣି ହାଡିବନ୍ଧୁ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁସାରେ ସମବାୟ ସମିତି ଗ.ଶ.ଡୁଙ୍ଗୁରିପାଲି କେନ୍ଦ୍ରରେ ଗତ ୬ ଜୁଲାଇରେ ଡାଇରେକ୍ଟର ଭାବେ ଶରତ ବନଛୋର, ମଧୁସୂଦନ ନାଏକ, ସର୍ଜନ କରନ, ହୃଷିକେଶ ବଗର୍ତ୍ତୀ, ନରସାରଦୁଲ ପଧାନ, ବିଘ୍ନରାଜ ପଧାନ, ନନ୍ଦିକିଶୋର ପଧାନ, କୁମୁଦୁନୀ ସା’, ବଳଭଦ୍ର ସାହୁ, ଯଜ୍ଞକର ବିଶ୍ୱାଳ, ହାଡିବନ୍ଧୁ ତ୍ରିପାଠୀଙ୍‌ଙ୍କ ସମେତ ୧୫ ଜଣ ଡାଇରେକ୍ଟର ଭାବେ ନିର୍ବାଚିତ ହୋଇଥିଲେ । ଆଜି ସମବାୟ ସମିତିର କାର୍ଯ୍ୟାଳୟରେ ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ତିଥି ରହିଥିବା ବେଳେ ଜଣେମାତ୍ର ପ୍ରାର୍ଥୀ ଭାବେ ହାଡିବନ୍ଧୁ ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ତୃତୀୟ ଥର ପାଇଁ ଅପ୍ରତିଦ୍ୱନ୍ଦୀ ସମବାୟ ସମିତି ସଭାପତି ଭାବେ ଶ୍ରୀ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.