ls

ନିର୍ଝରିଣୀ ଆନୁକୂଲ୍ୟରେ କରୋନା ସଚେତନତା ସଭା ଅନୁଷ୍ଠିତ

sb

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଏକ କରୋନା ସଚେତନତା ସଭା ପଞ୍ଚବଟୀ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନାର ଦ୍ବିତୀୟ ଲହରୀକୁ ନଜରରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସେନିଟାଇଜେସନ ସହିତ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯୋଗେଶ୍ୱର ଧରୁଆ, ଅତିରିକ୍ତ ତହସିଲଦାର ମୁଖ୍ୟ ଅତିଥି, ଅଧିବକ୍ତା ବିଷ୍ଣୁ ପ୍ରସାଦ ଶର୍ମା, ମୁଖ୍ୟ ବକ୍ତା, ସମୀମ ଅହମଦ ଖାନ, ସଭାପତି, ଓକିଲ ସଂଘ ଓ ଏସ.ଜଗନ୍ନାଥ ରାଓ, ସମ୍ପାଦକ, ଓକିଲ ସଂଘ, କଣ୍ଟାବାଞ୍ଜି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରକୃତିବନ୍ଧୁ ତଥା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭାର ଉଦ୍ଦେଶ୍ୟ ଓ ସ୍ୱାଗତ ଭାଷଣ ଦେଇ ଥିବାବେଳେ ସହ ସମ୍ପାଦିକା ଅଂଜଳି ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ତାପରେ ସଭାପତି ଓ ସମ୍ପାଦକଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ପରିଷଦର ଦ୍ଵିମାସିକ ସାହିତ୍ୟ ପତ୍ରିକା ନିର୍ଝର ଅତିଥି ମାନେ ଉନ୍ମୋଚନ କରିଥିଲେ । କଣ୍ଟାବାଞ୍ଜିର ସୁପୁତ୍ର ସୁଦୀପ୍ତ ରଂଜନ ସାହୁ ମାତ୍ର ଉଣେଇଶ ବର୍ଷ ବୟସରେ ଇଂରାଜୀ ଭାଷାରେ ମନୁଆଲ ଅଫ ଷ୍ଟାର୍ଟ ଅପ ବିଜିନେସ ରଚନା କରି ବ୍ରାଭୋ ଇଣ୍ଟରନେସନାଲ ବୁକ ଅଫ ଓ୍ୱ।ର୍ଲଡ ରେକର୍ଡ଼ରେ ତାଙ୍କ ନାମ ଦର୍ଜ ହୋଇଥିବାରୁ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଠିକ ସେହିପରି ଓକିଲ ସଂଘର ନବ ନିର୍ବାଚିତ ସଭାପତି ସମୀମ ଖାନ ଓ ସମ୍ପାଦକ ଜଗନ୍ନାଥ ରେଡ୍ଡିଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତ୍ତମାନ ସମୟରେ କରୋନାର ସ୍ଥିତି ଓ ପରିସ୍ଥିତି ଶୀର୍ଷକ ଉପରେ ଆଲୋଚନା କରିବା ପାଇଁ ଜୁନିଅର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ । ସମସ୍ତ ଅତିଥି ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତ ଧୋଇବା ଉପରେ ଗୁରୁତ୍ୱ ଦେବା ସହିତ ୪୫ବର୍ଷ ଉର୍ଦ୍ଧ୍ବ ବ୍ୟକ୍ତି ଟୀକ ନେବାପାଇଁ ଗୁରୁତ୍ୱ ଦେଇଥିଲେ । ତାପରେ ଝାଞ୍ଜିରେ ଝାଞ୍ଜିରେ କବିତା ଲହରୀ ବହୁଭାଷୀ କବିତା ପାଠରେ କବି ବିଭୁଦତ୍ତ ସାହୁ, ଅଞ୍ଜଳି ମାଝୀ, ଉମେଶ ବେହେରା, ଶ୍ୟାମ ସୁନ୍ଦର ଗୁରୁ, ପ୍ରଭାତ ମିଶ୍ର, ନରେନ୍ଦ୍ର କୁମାର ସୁନା, ବ୍ରଜଶ୍ୟାମ ଗୁରୁ, ରବି ନାରାୟଣ ତ୍ରିପାଠୀ, କବିତା ପାଠ କରିଥିଲେ । ଶ୍ରୀ ବିଭୁଦତ୍ତ ସାହୁ ସଭା ପରିଚାଳନା ଓ ପରିଚାଳନା ସମ୍ପାଦିକା ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତରଫରୁ ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଦାମୋଦର ସାହୁ, ଥମିର ଛତ୍ରିଆ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.