ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜେଶ ମିଶ୍ରଙ୍କ ସ୍ମୃତିସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଯୁବ କଂଗ୍ରେସ କୋଷାଧ୍ୟକ୍ଷ ରାଜେଶ ମିଶ୍ରଙ୍କ ବିୟୋଗରେ ସୋନପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କସ୍ତୁରୀ ହୋଟେଲ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅୟୋଜନ କରାଯାଇଥିଲା । ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ବିନୋଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ସ୍ଥାନୀୟ କଂଗ୍ରେସର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ରାଜେଶ ମିଶ୍ରଙ୍କ ଫଟୋଚିତ୍ରରେ ଧୂପଦୀପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗୀୟ ରାଜାଙ୍କ ଅମର ଆତ୍ମାର ସଦଗତି ଲାଗି ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ସ୍ମୃତି ଚାରଣ କରାଯାଇଥିଲା । ରାଜାଙ୍କ ବିୟୋଗ ଜିଲ୍ଲା କଂଗ୍ରେସ ପାଇଁ ଅପୂରଣୀୟ କ୍ଷତି ବୋଲି ନେତୃବୃନ୍ଦ କହିଥିବା ବେଳେ ଏଥିରେ କଂଗ୍ରେସର ପ୍ରଦୀପ ସେଠୀ, ଜିତେନ୍ଦ୍ର ପଟ୍ଟନାୟକ, ସୁଧୀର ପଣ୍ଡା, ରଞ୍ଜିତ ରାୟ, ତରଣୀ ବାରିକ, ମାଧବ କୁମ୍ଭାର, ସ୍ଵପ୍ନେଶ୍ୱର୍ ପୃଷ୍ଟି, ପ୍ରଭୁଦତ୍ତ ବସ୍ତିଆ, କର୍ଣ୍ଣରାଜ ପ୍ରଧାନ, ସରୋଜ ପ୍ରଧାନ, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ପ୍ରମୋଦ ଗୁରୁ, ସଚିଦା ନନ୍ଦ ସାହୁ, ଭରତ ଜେନା, ହୃଷୀକେଶ କର୍ଣ୍ଣ, ଲକ୍ଷ୍ମଣ ସୁନା, ରାଜେନ୍ଦ୍ର ମାହାର, ଭବାନୀ ଦୀପ, ବରୁଣ ସୁନା, ଲକ୍ଷ୍ମଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.