ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆରର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ : ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆରର ରିଲିଜ୍‌ ତାରିଖ ଘୋଷଣା ହୋଇଛି । ଏହି ଫିଲ୍ମଟି ଏସଏସ ରାଜମୌଲୀ‌ଙ୍କ ନିର୍ଦ୍ଦେଶିତ । ଯାହାକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଫିଲ୍ମର ନୂତନ ପୋଷ୍ଟର ମଧ୍ୟ ରିଲିଜ ହୋଇଛି । ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ, ଜୁନିୟର ଏନଟିଆର ଓ ଆଲିୟା ଭଟ୍ଟ ଅଭିନୀତ ଏହି ଫିଲ୍ମ ଦଶହରା ଅବସରରେ ରିଲିଜ ହେବ । ୧୩ ଅକ୍ଟୋବରରେ ରିଲିଜ ହେବ ବୋଲି ମେଘା ପାୱାର ଷ୍ଟାର ରାମଚରଣ ଏବଂ ଆଲିୟା ଭଟ୍ଟ ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ସୂଚନା ଦେଈଛନ୍ତି । ୧୯୨୦ ଦଶକର କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ । କରୋନା ମହାମାରୀ ଯୋଗୁ ଏହାର ରିଲିଜ ତାରିଖ ଘୁଂଚିଥିଲା । ବାହୁବଳୀ ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ରାଜମୌଲୀଙ୍କ ଆରଆରଆରର ବଜେଟ ୪୫୦ କୋଟି ରହିଛି ।

Leave A Reply

Your email address will not be published.