centurian jitm

ଦୀପାଙ୍କ ଟ୍ୱିଟ ପରେ ମାନବିକତା ପ୍ରଦର୍ଶନ କଲା ରେଲ ବିଭାଗ : ବିନା ବୈଧ ଟିକେଟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ପହଞ୍ଚିଲେ ୨୬ ଛାତ୍ରଛାତ୍ରୀ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକ ଅନବରତ ଭାବେ ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁଆଡ଼େ ପରିଚିତ । ସେଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଏହି କ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୬ ଜଣ ଛାତ୍ରଛାତ୍ରୀମାନଙ୍କୁ ବିପଦରୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଓଡ଼ିଶା ପହଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ପ୍ରାୟ ୫୬ ଜଣ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶ ରାଜ୍ୟର ନେଲୁରଠାରେ ବିଇଡି ପଢ଼ିବା ପାଇଁ ଯାଇ ଗତ ୩୦ ତାରିଖରେ ଓଡ଼ିଶା ଫେରିବା ପାଇଁ ଟିକେଟ କାଟିଥିଲେ । ଓଡ଼ିଶା ଉପକୂଳରେ ହେବାକୁ ଥିବା ବାତ୍ୟାକୁ ଦୃଷ୍ଟିରେ ରଖି ସେମାନେ ସମସ୍ତେ ଆସିବା ପାଇଁ ଚେଷ୍ଟା କରୁଥିଲେ ସେଥିମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀମାନଙ୍କ ଟିକେଟ କନଫର୍ମ ହୋଇନଥିଲେ ମଧ୍ୟ ବାତ୍ୟା ଭୟରେ ସମସ୍ତେ ଟ୍ରେନକୁ ଚଢ଼ି ଯାଇଥିଲେ । ବୈଧ ଟିକେଟ ନ ଥାଇ ଯାତ୍ରା କରୁଥିବା ୫୬ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଟିକେଟ କଲେକ୍ଟର ତଥା ରେଳବିଭାଗ ପୋଲିସ ଅନୁଗୁଳ ରେଳଷ୍ଟେସନରେ ରାତିରେ ଓହ୍ଲେଇବାକୁ ବାଧ୍ୟ କରିଥିଲେ । ଏହାପରେ ଅନ୍ୟ ୨୬ ଜଣ ଛାତ୍ରଛାତ୍ରୀ ଅନ୍ୟ ଏକ ବଗିରେ ଯାତ୍ରା କରୁଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଝିଅ ଏବଂ ଗର୍ଭବତୀ ମହିଳା ତଥା ଶିଶୁମାନେ ଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଅଭିଭାବକ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ତଥା ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ବିଳମ୍ବିତ ରାତିରେ ଦୀପା ସେମାନଙ୍କୁ ସାହସ ଦେଇ ଭାରତୀୟ ରେଳ ବିଭାଗକୁ ଟ୍ୱିଟ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ରାତିରେ ଝିଅ ତଥା ଗର୍ଭବତୀ ମହିଳାମାନଙ୍କୁ ବିପଦଜନକ ଭାବରେ କୌଣସି ଜାଗାରେ ଓହ୍ଲେଇଦେବା ଅମାନବୀୟତାର ପରିଚୟ ଏବଂ ମାନବିକତା ଦୃଷ୍ଟିକୋଣରୁ ଏହି ଯାତ୍ରୀମାନଙ୍କୁ ଭୁବନେଶ୍ୱରକୁ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଏହି ଟ୍ୱିଟ ପରେ ରେଳବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା, ପୂର୍ବତଟ ରେଳପଥ ରେଲବିଭାଗ ପୋଲିସ ଟ୍ଵିଟର ମାଧ୍ୟମରେ ଉତ୍ତର ରଖିଥିଲେ ଯେ ତାଙ୍କର ଏକ ଦଳ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ସହ ସୁରକ୍ଷିତ ଭାବରେ ଭୁବନେଶ୍ୱର ପହଂଚିବା ପର୍ଯ୍ୟନ୍ତ ବ୍ୟବସ୍ଥା କରିବ । ଏହାପରେ ସୁରୁଖୁରୁରେ ବିନା ଟିକେଟରେ ମଧ୍ୟ ଅସୁବିଧାରେ ପଡିଥିବା ଛାତ୍ରଛାତ୍ରୀ ଭୁବନେଶ୍ୱର ପହଞ୍ଚିଥିଲେ । ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.