jayashree

ସୁବର୍ଣ୍ଣପୁର ସୀମାନ୍ତରେ ପହଂଚିଲା ଜୁନିଅର ରେଡକ୍ରସ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଂଲଗ୍ନ ସମ୍ବଲପୁର, ଅନୁଗୁଳ, ଫୁଲବାଣୀ ଜିଲ୍ଲା ଗୁଡିକର ସୀମାନ୍ତ ସ୍ଥାନରେ ଅବସ୍ଥାପିତ ଥିବା ବୋଡର ଅଂଚଳର ଡୁଲେଶ୍ୱର ହାଇସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡିଶା ରାଜ୍ୟ ରେଡକ୍ରସଙ୍କ ପରାମର୍ଶ ଏବଂ ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟଙ୍କ ଆଦେଶ କ୍ରମେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବି ଚନ୍ଦ୍ର ପଶାୟତ ଓ ସାଧନକର୍ମୀ ବୃନ୍ଦ ବୀରମହାରାଜ ସ୍କୁଲର ଡୁଲେଶ୍ୱର, ଖଣ୍ଢହତା, ଲୁଥୁରପଙ୍କ, କେଂଜରିଆପାଲି, ଓଡିଶା ଆଦର୍ଶ ବିଦ୍ୟାଳୟ, ରଥପୁର ସୁବଳୟା, ଉଫଲା ହାଇସ୍କୁଲକୁ ପରିଦର୍ଶନରେ ଯାଇ ରେଡକ୍ରସର ମହାନତା, ସେବା ମନୋଭାବ, ପ୍ରାଥମିକ ଚିକିତ୍ସା ତଥା ସଡକ ସୁରକ୍ଷା ଭଳି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ । ପରିଦର୍ଶନ କାର୍ଯ୍ୟକ୍ରମରେ ସାଧନକର୍ମୀ ଚନ୍ଦ୍ରମଣି ବାଘ, ବଳରାମ ପୁରୋହିତ ଓ ବିସିସି ବୈକୁଣ୍ଠ ନାୟକ ସହଯୋଗ କରିଥିଲେ । ପ୍ରଧାନଶିକ୍ଷକ ଆଖୋଜ ପଧାନ, ବ୍ରଜମହୋନ ବାରିକ, ସୁବଳ ଖଣ୍ଡଗିରି, ସ୍ୱର୍ଣ୍ଣଲତା ବେହେରା ଏବଂ ଜୁନିଅର ରେଡକ୍ରସ ପରାମର୍ଶଦାତା ବ୍ରଜଗୋପାଳ ମହାପାତ୍ର, ଜୀବର୍ଦ୍ଧନ ରଣା, ଉପେନ୍ଦ୍ର ସାହୁ, ଲମ୍ବେଦର ସାହୁ ଏବଂ ବିଭିନ୍ନ ସ୍କଲର ପରାମର୍ଶଦାତା ତଥା ଶିକ୍ଷକ ମାନଙ୍କ ସହିତ ପରିଦର୍ଶନରେ ଯାଇଥିବା ପଦାଧିକାରୀ ବୃନ୍ଦ ଆଲୋଚନା କରିଥିଲେ । ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତଙ୍କ ସହଯୋଗରେ ସବୁ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟକୁ ସକ୍ରିୟ ଭାବେ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରଖାଯାଇଛି ବୋଲି ଜିଲ୍ଲା ଜେଆର୍‌ସିଓ ଶ୍ରୀ ପଶାୟତ ମତ ରଖିଛନ୍ତି ।

Leave A Reply

Your email address will not be published.