oom

ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳନ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରେ ଜିଲ୍ଲା ଜୁନିଅର ରେଡକ୍ରସ ସୋସାଇଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ସକାଳେ ସର୍ବପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରେଡକ୍ରସ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଅଧିକାରୀ ଲକ୍ଷ୍ମଣ ଭୋଇ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂପାଦକ ହିମାଂଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର ଯୋଗଦେଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ସଂଯୋଜନାରେ ଅୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାଧନକର୍ମୀ ଝସକେତନ ମେହେର, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମିଶ୍ର ପ୍ରମୁଖ ଯୋଗଦାନ କରିଥିବା ବେଳେ ଜୁନିଅର ରେଡକ୍ରସ ପରାମର୍ଶଦାତା ଗୋପେଶ ପଣ୍ଢା, ହୃଷିକେଶ ଚାନ୍ଦ, ହେମନ୍ତ ମେହେର, ପରିମିତା ମିଶ୍ର, ଦମୟନ୍ତୀ ଜଗଦଲା, ବ୍ରତାନନ ଭୋଇ ଆଦି ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଭୋଇଙ୍କ ଦ୍ୱାରା ୨୦୧୨-୨୨ ଶିକ୍ଷା ବର୍ଷରେ ଜିଲ୍ଲା ଜୁନିଅର ରେଡକ୍ର ପରିବାର ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ଏକ ପ୍ରଦର୍ଶନୀ ବୋର୍ଡ ଉନ୍ମୋଚନ କରାଯାଇଥିଲା । ତତ୍‌ପରେ ତେଲନଦୀ କୂଳରେ ଥିବା କୁଷ୍ଠାଶ୍ରମକୁ ଯାଇ ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ଜିଲ୍ଲା ବ୍ଲଡ ବ୍ୟାଙ୍କରେ ପରାମର୍ଶଦାତା ଚନ୍ଦ୍ର ଶେଖର ମହାପାତ୍ର, ପ୍ରଜ୍ଞାପରିମିତା ମିଶ୍ର, ଦମୟନ୍ତୀ ଜଗଦଲା ପ୍ରମୁଖ ବ୍ୟକ୍ତି ବିଶେଷ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ସାଧନକର୍ମୀ ଚନ୍ଦ୍ରମଣି ବାଘ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.