ସୋହେଲା ନୂଆପଡା ବିଜୁ ଏକ୍ସପ୍ରେସ ଓ୍ବେରେ ଚାଷୀଙ୍କ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତରେ ଧାନ ମଣ୍ତିରୁ ଉଠିପାରୁନି ଧାନ । ଚାଷୀ ଉପାର୍ଜିତ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ମଣ୍ତିରେ କେବେ ଠାରୁ ପକାଇଥିଲେ ମଧ୍ୟ ଚାଷୀଙ୍କ ଧାନ ନ ଉଠି ବେପାରୀ ମାନଙ୍କ ଧାନ ଉଠୁଥିବା ନେଇ ବିଭିନ୍ନ ସ୍ଥାନରୁ ପ୍ରତିଦିନ କିଛି ନା କିଛି ଅଭିଯୋଗ ଆସୁଥିବା ବେଳେ ଆଜି ଚାଷୀଙ୍କ ଧାନ ଉଠି ପାରୁନଥିବାରୁ ପ୍ରତିବାଦ ଜଣାଇ ରାସ୍ତାରେ ବସିଲେ ଚାଷୀ । ପଦ୍ମପୁର ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀ ମାନଙ୍କ ନିର୍ଦ୍ଧାରତ ସମୟରେ ଧାନ ନ ଉଠିବା, ଟୋକନ ସେପ୍ପ ହେବା ଅଭିଯୋଗରେ ଚାଷୀ ମାନେ ରାସ୍ତାକୁ ଓହ୍ଲାଇବା ସହ ସୋହେଲାରୁ ନୂଆପଡାକୁ ଯାଉଥିବା ବିଜୁ ଏକ୍ସପ୍ରେସ ଓ୍ବେକୁ ବରିକେଲ ଗ୍ରାମ ଠାରେ ଅବରୋଧ କରିଥିଲେ । ସକାଳୁ ଚାଷୀ ରାସ୍ତାକୁ ଅବରୋଧ କରି ମଣ୍ତିରେ ତାଲା ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ଓ ବିଭାଗୀୟ ଅଧିକାରୀ ଆସି ବୁଝାଇଥିଲେ ହେଁ ଚାଷୀ ଜିଲ୍ଲାପାଳଙ୍କ ଠାରୁ ଉଚିତ ପ୍ରତିଶ୍ରୁତି ଲୋଡା କରିଥିଲେ । ଏଥି ସମ୍ବନ୍ଧରେ ଏ.ସି.ଏସ.ଓ. ପଦ୍ମପୁର ଶମ୍ଭୁ ପ୍ରଶାଦ ହରିପାଲଙ୍କୁ ପଚାରାଇବାରୁ ବୋରିକେଲ ମଣ୍ତିରୁ ପ୍ରାୟ ୨୨୨୫୩ ପ୍ୟାକେଟ ଧାନ ଉଠିସାରିଥିବା ବେଳେ ୮୦୮୮ ପ୍ୟାାକେଟ ଧାନ ଉଠିନ ପରିବାରୁ ଏରାଇଭାଲ ବାକି ରହିଅଛି । ଟାର୍ଗେଟ୍ ଫିଲପ ହୋଇସାରିଥିବାରୁ ୨୯ ଡିସେମ୍ବର ୨୦୨୦ ପରେ ଏରାଇଭାଲ ନ ହେବା ଯୋଗୁଁ ମଣ୍ତିରେ ଧାନ ପଡିରହିଥିବା ଶ୍ରୀ ହରିପାଲ ଜଣାଇଛନ୍ତି ।ବିରିକେଲରେ ଚାଷୀଭାଇମାନେ ରାସ୍ତାରୋକ ଅନ୍ଦୋଳନ କରିଥିବା ଖବର ପାଇ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦିପ ପୁରୋହିତ ମଧ୍ୟ ପହଂଚି ଚାଷୀଙ୍କ ସମସ୍ୟା ପଚାରୀ ବୁଝିଥିଲେ । ଘଟଣା ସ୍ଥଳରୁ ବରଗଡ ଜିଲ୍ଲାପାଳଙ୍କୁ ଟେଲିଫୋନ ଜରିଆରେ ବରିକେଲ ଚାଷୀଙ୍କ ଟୋକନ୍ ଲେପ୍ପ, କଟନି ଛଟନି, ଧାନ ଠିକ ସମୟରେ ଉଠି ପାରୁନଥିବା ଆଦି ସମସ୍ୟାକୁ ଅବଗତ କରାଇଥିଲେ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଇଥିଲେ । ମିର୍ଲସ ମାନେ ଯୋଜନାବଦ୍ଧ ହିସାବରେ ଜାଣିଶୁଣି ମଣ୍ତିକୁ ଆସୁନାହାନ୍ତି ଯାହା ଫଳରେ ଗରିବ ଚାଷୀ ବାଧ୍ୟ ହୋଇ ଦଲାଲ ମାନଙ୍କ ପାଖରେ ୧୨୦୦ ରୁ ୧୩୦୦ ଟଙ୍କାରେ ନିଜ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେବେ । ଏଭଳି ଏକ ସଡଡଯନ୍ତ୍ର ରଚନା କରାଯାଇ ଚାଷୀଙ୍କୁ ହଇରାଣ କରାଯାଉଅଛି ବୋଲି ଶ୍ରୀ ପୁରୋହିତ ମତବ୍ୟକ୍ତ ପ୍ରଦାନ କରିଛନ୍ତି । ପରିଶେଷରେ ଉପଜିଲ୍ଲାପାଳ ପଦ୍ମପୁର ତନ୍ମୟ କୁମାର ଦରୱାନ ରାସ୍ତାରୋକ ସ୍ଥଳକୁ ଯାଇ ଚାଷୀ ମାନଙ୍କ ସମସ୍ୟାକୁ ବୁଝି ତାର ଯଥା ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ଚାଷୀ ମାନେ ନିଜ ରାସ୍ତାରୋକକୁ ପ୍ରତ୍ୟାହାର କରିଥିଲେ ।

Leave A Reply

Your email address will not be published.