ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ ହୋଇଯାଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଶୁସାନ୍ତ କୁମାର କର ଏହି କାର୍ଯ୍ୟକ୍ରମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସମୟରେ ଡ଼ାକ୍ତର ରୋଜୀ ପ୍ରଧାନ, ଡାକ୍ତର ଅବିନାଶ ସାହୁ, ସ୍ୱାସ୍ଥ୍ୟ କର୍ମଚାରୀ ବିହାରୀ ବାରିକ, ଆଲୋକ ବିଶ୍ଵାଳ, ଏଏନ୍ଏମ ମାନେ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତରେ ଶୁଭାରମ୍ଭ ହୋଇଯାଇଥିବା ବେଳେ ଏହି ବିଶ୍ୱ ଜନସଂଖ୍ୟା ଦିବସ ରଥ ଭେଡେନ ବ୍ଲକର  ବିଭିନ୍ନ ଗ୍ରାମ ପରିଭ୍ରମଣ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.