ଆଜି ପବିତ୍ର ରଥ ଯାତ୍ରା : ଉତ୍ସାହ ଆନନ୍ଦରେ ଉଛୁଳୁଛି ଗାଁରୁ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରଥଯାତ୍ରା । ଉତ୍ସାହ ଆନନ୍ଦରେ ଉଛୁଳୁଛି ଗାଁଠୁ ସହର । ଜଗତର ନାଥ ଜଗନ୍ନାଥ ଆଜି ବଡଦାଣ୍ଡରେ ଉଭା ହେବେ ଓ ଭକ୍ତଙ୍କୁ ଦର୍ଶନ ଦେବେ । ରଥରେ ଚଢି ମାଉସୀ ଘରକୁ ଯିବା ବାହାନାରେ ଜଗତର ଦୁଃଖ ସୁଃଖ ବୁଝିବେ । ଭାଇ ଭଉଣୀଙ୍କ ସହ ଆଜି ପବିତ୍ର ବଡଦାଣ୍ଡରେ ଠାକୁର ବିଜେ କରିବେ, ଭକ୍ତଗଣ ଘଣ୍ଟ, ଶଙ୍ଖ, ହୁଳହୁଳି ଦେଇ ତାଙ୍କ ରଥ ଟାଣି ନେବେ । ଏହି ଅବସରରେ ପୁର ଠୁ ପଲ୍ଲୀ, ଦେଶ ବିଦେଶରେ ବି ଜଗନ୍ନାଥଙ୍କ ଘୋଷଯାତ୍ରା ପାଳନ ହେଉଛି । ଭକ୍ତ ଓ ଭଗବାନଙ୍କ ମହାମିଳନ ପର୍ବକୁ ସାରା ଜଗତ ଚାହିଁ ବସିଛି ।

Leave A Reply

Your email address will not be published.