jayashree

ଲୋଇସିଂହାକୁ ଏନ୍‌ଏସି ଘୋଷଣା ଦାବିରେ ରାସ୍ତାରୋକ ତଥା ବିକ୍ଷୋଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୩୪ଟି ନୂତନ ବିଜ୍ଞାପିତ ଅଂଚଳ ପରିଷଦ ତାଲିକାରେ ଲୋଇସିଂହା ସ୍ଥାନ ପାଇ ନ ଥିବାରୁ ସ୍ଥାନୀୟ ଆଂଚଳିକ ବିକାଶ ପରିଷଦ ତଥା ବିଜେପି ପକ୍ଷରୁ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୧୨ ଘଂଟିଆ ବନ୍ଦ ପାଳନ ଚାଲିଛି । ଆଞ୍ଚଳିକ ବିକାଶ ପରିଷଦର ଲାଲମନ୍‌ ନାଗଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜ ଛକ ଠାରେ ଟାୟାର୍‌ ଜାଳି ରାସ୍ତାରୋକ କରାଯାଇଛି । ଏହି ବନ୍ଦ ପାଳନକୁ କଂଗ୍ରେସ ଦଳ ତରଫରୁ ମଧ୍ୟ ସମର୍ଥନ କରାଯାଇଛି । ସେହିପରି ଛାରିଛକ ନିକଟରେ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇ ବିକ୍ଷୋଭ କରାଯାଇଥିଲା । ଦୀର୍ଘ ବର୍ଷ ହେଲା ଲୋଇସିଂହାକୁ ଏନ୍‌ଏସି ଘୋଷଣା କରିବା ପାଇଁ ଦାବୀ ହୋଇ ଆସୁଥିଲା । ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରାଯାଉଥିଲା । କିନ୍ତୁ ରାଜ୍ୟ ସରକାର ଏନ୍‌ଏସି ଘୋଷଣା କଲେ ନାହିଁଁ । ଏହାକୁ ନେଇ ତୀବ୍ର ପ୍ରତିବାଦ ଦେଖାଦେଇଛି । ଗତକାଲି ରାତିରେ ବ୍ଲକ କଂଗ୍ରେସ ପ୍ରତିବାଦ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦେହ କରିଥିଲା । ନିର୍ବାଚନ ଆଗରୁ ଲୋଇସିଂହାରେ ଜୋରଦାର ହୋଇଛି ଏନ୍‌ଏସି ଆନ୍ଦୋଳନ । ଆଗାମୀ ନିର୍ବାଚନ ଉପରେ ମଧ୍ୟ ଏହି ଆନ୍ଦୋଳନର ପ୍ରଭାବ ପଡ଼ିବ ବୋଲି ଅଂଚଳବାସୀ ମତ ଦେଉଛନ୍ତି ।

Leave A Reply

Your email address will not be published.