jayashree

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ୩ କିଲୋମିଟର ଷ୍ଟ୍ରେଚର୍‌ରେ ବୁହା ହେଲେ ରୋଗୀ : ରାସ୍ତା ମରାମତି ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦାବଜୋରି ଗ୍ରାମ ଭିର୍କାପଡ଼ାରେ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ତେବେ ଆଜି ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଯୋଗେ ନେବାର ଆବଶ୍ୟକତା ରହିଥିଲା । ହେଲେ ରାସ୍ତା ଅବସ୍ଥା ବେହାଲ ଯୋଗୁଁ ଦୀର୍ଘ ୩ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚର୍‌ରେ ପ୍ରଶ୍ନ ଛତ୍ରିଆଙ୍କୁ ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିଲା । ଅନ୍ୟପଟେ ଉକ୍ତ ଗ୍ରାମ ପାଇଁ ବସୁଧା ଯୋଜନାରେ ଲୋକଙ୍କ ଘରକୁ ପାଣି ପାଇ ପାରିବେ ବୋଲି ପାଇପ ଲାଇନ କାମ ମଧ୍ୟ ଆରମ୍ଭ ହୋଇଥିଲା ହେଲେ ଅଧାପନ୍ତରିଆ ଭାବରେ ପଡିରହିଛି । କିନ୍ତୁ ପାଇପ ଲାଇନ ଯୋଗୁଁ ରାସ୍ତା ମଧ୍ୟ ଦୟନୀୟ ଅବସ୍ଥାରେ ପଡିଛି ଠିକାଦାର ବାବୁଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ସୁଦ୍ଧା କାମ ଶେଷ ହୋଇ ନ ଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରିନଥିଲା । ଶେଷରେ ତାଙ୍କୁ ଦୀର୍ଘ୩ କିଲୋମିଟର ପର୍ଯ୍ୟନ୍ତ ବୁହା ହୋଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା । ବ୍ଳକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.