ବେଆଇନ ମଦ ବିକ୍ରି କରୁଥିବା ଭାଟିରେ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ : କ୍ଷତିପୂରଣ ଓ ମଦ ବିକ୍ରି କରୁଥିବା ବେପାରୀଙ୍କୁ ଗିରଫ ଦାବୀରେ ରାସ୍ତାରୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମର ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଜୁରିଆ ଗ୍ରାମର ଗୋରଚନ୍ଦ୍ର ସେଠଙ୍କ ପୁଅ ଅବିନାଶ ସେଠ(୧୯) ଗ୍ରାମର ବନମାଳୀ ଛକ ବାହାଲ ଭଟଲି ଗ୍ରାମ ଯିବା ରାସ୍ତାରେ ଥିବା ଦମାଇପାଲି ଗ୍ରାମର ଲିଙ୍ଗରାଜ ରଣାଙ୍କ ଆମବଗିଚାରେ ଥିବା ବୋରୱେଲକୁ ଗାଧୋଇ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବେ କ୍ଷତିପୂରଣ ଦାବିରେ ପାଟଣାଗଡ଼ରୁ ପଦ୍ମପୁର ରାସ୍ତା ଜୁରିଆ ବସଷ୍ଟାଣ୍ଡରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଲିଙ୍ଗରାଜ ରଣା ଦୀର୍ଘ ଦିନ ଧରି ବେଆଇନ ଭାବେ ରନ୍ଧା ମଦ ବିକ୍ରି କାରବାର କରୁଥିବା ବେଳେ ଅଞ୍ଚଳର ଯୁବ ଗୋଷ୍ଠୀ ମଦ ପିଇବା ପ୍ରତି ଆକୃଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତରୁନ୍ତ ବେଆଇନ ମଦ ବିକ୍ରି କରୁଥିବା ବେପାରୀ ଲିଙ୍ଗରାଜ ରଣାଙ୍କୁ ଗିରଫ କରିବା ଓ ମୃତ ଅବିନାଶର ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବୀରେ ଲୁହାସିଂହା ସରପଞ୍ଚ ରଞ୍ଜିତା ସୁନା ଓ ସମାଜସେବୀ ଲଲିତ ମୋହନ ସୁନାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଲରମ୍ଭା ଥାନା ଅଧିକାରୀ ବାରୁଣୀ ଦାସ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ ଦାବୀରେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି ।

jittmm
Leave A Reply

Your email address will not be published.