jayashree

ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଙ୍ଗଳବାର ସକାଳ ୯ ଘଣ୍ଟା ସମୟରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି ମୁଖ୍ୟଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଏହି ରାଶନ ବେଗ ତାଙ୍କରି କର କମଳରେ ପ୍ରଦାନ କରିଥିଲେ । ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି । ଗତ ୪ ତାରିଖରେ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦୨ ଜଣ ଭିନ୍ନକ୍ଷମ ପରିବାରକୁ ୩ ମାସର ରାଶନ ପ୍ରଦାନ କରାଯାଇଥିଲା । ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ସୂଚନା ଦେବାସହ ଆଗାମୀ ଦିନରେ ଭିନ୍ନକ୍ଷମମାନଂକୁ ଶୁଖିଲା ଖାଦ୍ୟ ବଣ୍ଟନ କରି ଆସିବ । ଗଞ୍ଜାମ ଜିଲ୍ଲାର ୫ ବ୍ଲକରେ ଅକ୍ସିମିଟର, ଥରର୍ମାଲ ସ୍‌ସ୍କିନିଂଙ୍ଗ ମେସିନ୍‌, ପିପିଇ କିଟ୍‌ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବଣ୍ଟନ କରାଯିବ ବୋଲି ସଂଗଠନର ମୁଖ୍ୟ ଶ୍ରୀ ରାଓ ପ୍ରକାଶ କରିଥିଲେ ।

Leave A Reply

Your email address will not be published.