ସରସର ଗ୍ରାମରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି ସରସରା ଗାଁର ଉଚ୍ଚ ବିଦ୍ୟାଳୟଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ମୁଖ୍ୟ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ ଫିତା କାଟି ଉଦ୍‌ଘାଟନ କରିଥିବା ବେଳେ ଓଡିଶା ମୋପରିବାରର ଜିଲ୍ଳା ସଂଯୋଜକ ଗୌରହରୀ ମିଶ୍ର, ବିଜୁ ଯୁବ ଜନତାଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁର ଜିଲ୍ଳା ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ, ସରସରା ଗ୍ରା.ପ.ର ସରପଞ୍ଚ ମିଳନ ନାଗ, ପୁର୍ବତନ ସରପଞ୍ଚ ସମିର ପଣ୍ଡା, ଶିକ୍ଷାବିତ ଗୋପାଲ କୃଷ୍ଣ ମିଶ୍ର, ରାଜେଶ ପ୍ରଧାନ ଓ ସୁବାଷ ନାୟକ, କ୍ଷିରେଶ୍ୱର ଭୋଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.