oom

ଜିଲ୍ଲା ବିଜେପିର ସେବା ପକ୍ଷ ଅନ୍ତର୍ଗତ ରକ୍ତଦାନ ଶିବିର

jsmm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ବ୍ଲଡ଼ ବ୍ୟାଙ୍କ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମତିଥି ପାଳନ ଅବସରରେ ସେବା ପକ୍ଷର ପ୍ରଥମ ଦିନରେ ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ଅଭୟ କୁମାର ଦାସ ଉଦୁଘାଟନ କରିଥିଲେ । ଏଡିଏମ୍‌ଓ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟାନ୍ୟ ଡାକ୍ତର ଉପସ୍ଥିତି ରହି କାର୍ଯ୍ୟକ୍ରମରେ ଯୋଗଦାନ୍ କରିଥିଲେ । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନଙ୍କ ସହିତ ବିଜେପିର ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ବିଶିକେସନ୍ ପ୍ରଧାନ, ଓମ୍ ପ୍ରକାଶ ମିଶ୍ର, ଦାମୋଦର ମିଶ୍ର, ଅଧ୍ୟାପକ ପ୍ରବୀର୍ ଦାସଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆଜି ମୋଟ ୧୫ ଜଣ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ରକ୍ତଦାନ କରିଥିଲେ ।

jittmm
Leave A Reply

Your email address will not be published.