ବଲାଙ୍ଗିର, (କେପିଏନ୍ଏସ୍) : ମହାମାରୀ କରୋନା ସମୟ, ପୁଣି ପ୍ରଚଣ୍ଡ ଖରା । ଏହି ସମୟରେ ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଭାବ ଦେଖାଦେଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରତିଦିନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ କରାଯାଇଛି । ଆଜି ତୃତୀୟ ଦିନରେ ମଧ୍ୟ ଅନୁଷ୍ଠାନର ଦଶ ଜଣ ସକ୍ରିୟ ସଦସ୍ୟ ରକ୍ତଦାନ କରିଛନ୍ତି । ଆଗାମୀ ଦିନରେ ଭ୍ରାମ୍ୟମାଣ ରକ୍ତସଂଗ୍ରହ ଯାନରେ ଶତାଧିକ ପରିମାଣରେ ରକ୍ତସଂଗ୍ରହ କରାଯିବ ବୋଲି ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର ଏବଂ ସମ୍ପାଦକ ବିବେକ ପଟେଲ କହିଛନ୍ତି ।