ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସ୍ଥିତ ମହାବୀର ଧର୍ମଶାଳାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ଟିଟିଲାଗଡ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଟିଟିଲାଗଡ ଶାଖା ସହଯୋଗ କରିଥିଲା । ବଜରଙ୍ଗ ଲାଲ ଜୈନଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଟିଟିଲାଗଡ ଏସବିଆଇ ବ୍ୟାଙ୍କ୍‌ର ବ୍ୟାଙ୍କ୍ ମେନେଜର କରୁଣାକର କୁମୁଡ଼ା ସମ୍ମାନୀୟ ଅତିଥି ଭାବେ, ବଲାଙ୍ଗୀର ରେଡକ୍ରସର ରାମ ଦାସ ନାରାୟଣ, ମୋହନ ଲାଲ ଜୈନ ମୁଖ୍ୟ ବକ୍ତା ଭାବେ ଓ ମାରୱାଡ଼ି ମହିଳା ଶାଖାର ଅଧ୍ୟକ୍ଷ ସଙ୍ଗୀତ ଅଗ୍ରୱାଲ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ହ୍ୟୁମାନ ଡିଭୋସନ ଚେରିଟେବଲ୍ ଟ୍ରଷ୍ଟର ଜିଲ୍ଲା ସଭାପତି ମିଲନ କୁମାର ବାରିକଙ୍କ ସହଯୋଗ ଓ ଡ଼ା. ପିକେ ନାଏକଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାର ଟେକ୍ନିସିଆନ ଗଜେନ୍ଦ୍ରନାଥ ରାଉତ, ଇନ୍ଦ୍ରମଣି ମେହେର,ବିନୟ କୁମାର ସାହୁ, ଜୟରାମ ମଛଖଣ୍ଡ, ବଳରାମ ବେହେରା ଆଦି ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଏସଡିପିଓ ଶ୍ରୀ ଶତପଥୀ ରକ୍ତଦାତା ମାନଙ୍କୁ ପ୍ରୋସାହିତ କରିଥିଲେ । ଖବର ସଂଗ୍ରହ ହେବା ସମୟ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.