ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା ) : ରାକ୍ଷୀ ଦେଇଗଲା ଆଖିରେ ଲୁହ । ରାକ୍ଷୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଭଉଣୀଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିୟାଗଡ ଗ୍ରାମରେ । ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାଇ କଣ୍ଟିଆଗଡ଼ ଗ୍ରାମର ଡଲି ପ୍ରଧାନ ସକାଳ ସାଢେ ନଅଟାରେ ସ୍ୱାମୀଙ୍କ ସହ ମିଶି ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଉଥିଲେ । ତେବେ ଛତ୍ରପୁର ଅଭମୁଖେ ଯାଉଥିବା ବେଳେ ବାଇକ ଚକରେ ଓଢଣୀ ଫସି ଯାଇଥିଲା । ଯାହାଫଳରେ ବେକରେ ଗୁଡେଇ ହୋଇ ଡଲି ବାଇକରୁ ଖସି ପଡ଼ିଥିଲେ । ମୁଣ୍ଡ ଓ ବେକରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ମେଡିକାଲ ନେବା ପରେ ତାଙ୍କୁ ଡାକ୍ଟର ମୃତ ଘୋଷଣା କରିଥିଲେ । ଭାଇକୁ ରାକ୍ଷୀ ବାନ୍ଧିବା ଅଧା ରହିଗଲା ।

Leave A Reply

Your email address will not be published.