oom

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଏଲ୍‌ଏସ୍‌ କ୍ଲବକୁ ହରାଇ ଦୋସ୍ତି ବ୍ରଦର୍ସ ଫାଇନାଲରେ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଦସ୍ୟ ବିଧୂଭୂଷଣ ତ୍ରିପାଠୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦୋସ୍ତି ବ୍ରଦର୍ସ ୧-୦ ଗୋଲରେ ଏଲ୍‌ଏସ୍‌ କ୍ଲବକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନିତ ହୋଇଛି । ଖେଳକୁ ରେଫରି ଭାବରେ ଶଶିକାନ୍ତ ଦାସିଆ, ସୁଶାନ୍ତ ନାଗ, ସୁଦର୍ଶନ ସେଠ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ସୁଦୟ ବାରିକ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ଅଜିତ ସାହୁ, ପ୍ରଭାତ କୁମାର ମିଶ୍ର, ଭଞ୍ଜ କିଶୋର ନାଗ, ଦିଲ୍ଲୀପ କୁଅଁର, ଜ୍ୟୋତି ମିଶ୍ର, ପୃଥେଶ୍ୱର ନାଗ, ଆରଜୁ ନାଗ ଓ ରାକେଶ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, କ୍ରୀଡା ସଂଗଠକ ଡା. ସିଦ୍ଧେଶ୍ଵର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଜୟରାମ ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସୀନ ଥିଲେ । ସିସିଏଫ୍‌ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର ବେହେରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ଗରୁଡଧ୍ୱଜ ସାଏ, ଅସିମ ପାଲ, ସୁବାଷ ନାଗ, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା, ଚେତନାନନ୍ଦ ପଣ୍ଡା, ବିରେନ୍ଦ୍ର ସୁନା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ସୁବୋଧ ନନ୍ଦ, ଜିତୁ ଦଲାଇ, ପରିତୋଶ ବାଗ ପ୍ରମୁଖ ସହଯୋଗ କରିଥିଲେ । ୨୦ ତାରିଖ ମଙ୍ଗଳବାର ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ବନାମ ସମ୍ବଲପୁର ଏଫ୍‌ସି ମଧ୍ୟରେ ଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.