oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରେ ୱେବିନାର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜନ୍ଦ୍ରେ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଆନୁକୁଲ୍ୟରେ ‘କୌଟିଲ୍ୟ ଅର୍ଥଶାସ୍ତ୍ରରେ ଲୋକପ୍ରାଶାସନ’ ଶୀର୍ଷକରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର, କୁଳ ସଚିବ ପ୍ରଫେସର ଦୁର୍ଗାପ୍ରସନ୍ନ ମହାପାତ୍ର ଉଦବୋଧନ ଦେବା ସହ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ତଥା ଗବେଷଣାର ମହତ୍ତ୍ୱଏବଂ ସଂସ୍କୃତ ଭାଷାର ବିଶେଷତା ଉପରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀ ଅମରେଶ୍ୱର ନାଏକଙ୍କ ପରିଚାଳନାରେ ଆୟୋଜିତ ଏହି ୱେବିନାରରେ ବିଶ୍ୱଭାରତୀ ବିଦ୍ୟାଳୟର ସଂସ୍କୃତ ପ୍ରଧ୍ୟାପକ ପ୍ରୋଫେସର ଡ. ହରେକୃଷ୍ଣ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଡ. ରାଜେନ୍ଦ୍ର ପ୍ରସାଦ କୃଷି ବିଦ୍ୟାଳୟ, ପୁସା(ବିହାର)ର କୁଳାଧିପତି ପ୍ରଫେସର ପ୍ରଫୁଲ୍ଳ କୁମାର ମିଶ୍ର ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ଲୋକପ୍ରଶାସନରେ କୌଟିଲ୍ୟ ଅର୍ଥ ଶାସ୍ତ୍ରର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । ଡେପୁଟି ରେଜିଷ୍ଟ୍ରାର ଶ୍ରୀ ବିଶ୍ୱଜିତ ବେହେରା ଏବଂ ଡିଇଓ ସୁବ୍ରତ ସାଦ ଯାନ୍ତ୍ରିକ ପରିଚାଳନା କାଯ୍ୟ ତୁଲାଇଥିଲେ । କାଯ୍ୟକ୍ରମ ଆରମ୍ଭରେ ଅଧ୍ୟାପିକା ଡ. ପ୍ରଭାସିନୀ ପାତ୍ର ମଙ୍ଗଳାଚରଣ ସହିିତ ସଞ୍ଚାଳନ ଭାର ବହନ କରିଥିଲେ । ଅଧ୍ୟାପକ ଡ. ଦେବବ୍ରତ ନାଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ଶ୍ରୀ ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ୱାରା ଆୟୋଜିତ ଏହି ୱେବିନାର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.