ମ.ରାମପୁର, (ହେମନ୍ତ ସାହୁ) : ରାଜସ୍ୱ ସେବାଟିକକ ପାଇବାକୁ ଲୋକଙ୍କୁ ରାଜସ୍ୱ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଥିଲା । ଦିନ ଯାକ ନିଜର ଅନ୍ୟାନ୍ୟ କାମଛାଡ଼ି ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ ନିଜ ନିଜ ଅଂଚଳର ରାଜସ୍ୱ ଏବଂ ତହସିଲ କାର୍ଯ୍ୟାଳୟ । ଏବେ କିନ୍ତୁ ରାଜସ୍ୱ ରଥ ଜରଅିାରେ ରାଜସ୍ୱ ସେବା ପହଂଚିଯାଉଛି ଗାଁରେ । ଏହାକୁ ନେଇ ଖୁସିବ୍ୟକ୍ତ କରୁଛନ୍ତି ହିତାଧିକାରୀ ଏବଂ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହୁଛନ୍ତି । ତେବେ ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଅଂଚଳର କଢେଲ, ଘୋଡ଼ାପୋଖରୀ, ଡ଼ଙ୍ଗାପଟା ଗ୍ରାମକୁ ଯାଇ ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣପତ୍ର ଭଳି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦିଆଗଲା । କରୋନା କାଳରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇ, ଲୋକଙ୍କ ପାଖକୁ ସେବା ପହଂଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ । ଆଜିର କାର୍ଯ୍ୟକ୍ରମରେ ତହସିଲଦାର ସୟଦ ଇସାକ ମଦିନାଙ୍କ ସମେତ ରାଜସ୍ୱ ପରିଦର୍ଶକ ତପୋଧନ ବାରିକ, ସାଇଦଲଙ୍ଗା ରାଜସ୍ୱ ନିରୀକ୍ଷକ ମୋହନ ମାଝୀ, ସହକାରୀ ରାଜସବ ନିରୀକ୍ଷକ ହରପ୍ରିୟା ଖମାରୀ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ଉପସ୍ଥିତ ରହିଥିଲେ ।