oom

କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ

jsmm

ଭବାନୀପାଟଣା, (କେପିଏନ୍‌ଏସ୍‌) : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ୧୦ମ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କଥାକାର ସୁକାନ୍ତ ସାହୁଙ୍କୁ ପୁସ୍ତକମେଳା ଗଳ୍ପ ସମ୍ମାନ ପ୍ରଦାନ କରାଯାଇଛି । କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଶିକ୍ଷାବିତ୍ ତଥା ସମାଜସେବୀ ଡ. ଭଗବାନ ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ. କୁଳମଣି ଓଝା, ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଶିଶୁ ସାହିତ୍ୟିକ ଶରତ ନାୟକ ଓ ଶିକ୍ଷାବିତ୍ ଅଶୋକ ମୁଦୁଲି, ମୁଖ୍ୟବକ୍ତା ଭାବେ କବି ସୁରେନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନିତ ବକ୍ତା ଭାବେ ସମାଜସେବୀ ଏସ୍ଏ ଖଲିଲ୍ ଯୋଗ ଦେଇଥିଲେ । ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁଦ୍ଧାଞ୍ଜଳି ମିଶ୍ର, ସୁନୀଲ କୁମାର ପ୍ରଧାନ, ସପ୍ତମିତା ଦାଶ, ବାଲ୍ମୀକି ମହାପାତ୍ର, ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୀପ୍ତିମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ୪ ମେ ୧୯୭୧ରେ ଯାଜପୁର ଜିଲ୍ଲାର କାଏମା ଗାଁରେ ଜନ୍ମିତ ଶ୍ରୀ ସାହୁ ଭବାନୀପାଟଣାଠାରେ ଅବସ୍ଥାନ କରୁଛନ୍ତି । ତାଙ୍କ ପ୍ରକାଶିତ ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି ଗଳ୍ପ ସଂକଳନ ବାସ୍ ଏଇଠୁ ମୋ ଗଳ୍ପ ଆରମ୍ଭ, ଝିଅ, ଅମେରୁଦଣ୍ଡୀ, କେହିଜଣେ, ପ୍ରବନ୍ଧ ପୁସ୍ତକ ନୋବେଲ୍‌ ବିଜେତା, ଉପନ୍ୟାସ ନିଆଁ ଏବଂ ଅନୁଦିତ ଉପନ୍ୟାସ ପଞ୍ଚାଳୀ । ସାହିତ୍ୟ ସାଧନା ପାଇଁ ସେ ପୂର୍ବରୁ ରାଷ୍ଟ୍ରଦୀପ ଗଳ୍ପ ସମ୍ମାନ, ଗଙ୍ଗଶିଉଳି ସାହିତ୍ୟ ସମ୍ମାନ, ଦେବଗିରି ସାହିତ୍ୟ ସମ୍ମାନ, ଯୁବ ପ୍ରତିଭା ସମ୍ମାନ, ମହାନଗର ପୁସ୍ତକ ମେଳା ସମ୍ମାନ, ଚିନ୍ତାମଣି ସାହୁ କଥା ସମ୍ମାନ, ଶ୍ୟାମସୁନ୍ଦର ମହାରି ସ୍ମୃତି ପୁରସ୍କାର ଇତ୍ୟାଦି ପାଇସାରିଛନ୍ତି । ପୁସ୍ତକମେଳା ଗଳ୍ପ ସମ୍ମାନ ଗ୍ରହଣ କରିବା ପରେ ତାଙ୍କୁ ସାହିତ୍ୟିକ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.