ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ୨୦୨୩-୨୪ ପାଇଁ ବରଗଡ଼ ବ୍ଲକ ତଥା ବରଗଡ଼ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶାର ୧୦ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତାଲିକାରେ ଶ୍ରୀମତୀ ଭୋଇଙ୍କ ନାମ ଥିବା ଜାଣି ଅଂଚଳର ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ, ଶିକ୍ଷୟତ୍ରୀ ତଥା ବୁଦ୍ଧିଜୀବୀ ମହଲରେ ଆନନ୍ଦ ଖେଳି ଯାଇଥିଲା । ଗତ ୩୧.୦୧.୨୦୨୪ରେ ଶ୍ରୀମତୀ ଭୋଇଙ୍କୁ ଭୁବନେଶ୍ୱରରେ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଏହି ଉପଲବ୍ଧି ପାଇଁ ଶ୍ରୀମତୀ ମନୀଷା ବାନାର୍ଜୀ ଜିଲ୍ଲାପାଳ ବରଗଡ଼, ମିତ୍ରଭାନୁ କଚ୍ଛପ ଜିଲ୍ଲା ଶିକ୍ଷାଧିକାରୀ, ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିକ୍ଷକ ସଂଗଠନ ତଥା ଅନେକ ଶୁଭଚିନ୍ତକ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ଭୋଇ ତାଙ୍କର ଏହି କୃତିତ୍ୱ ପାଇଁ ସମସ୍ତ ଉପରିସ୍ଥ ଅଧିକାରୀ, ଶିକ୍ଷକ ସମାଜ, ଛାତ୍ରଛାତ୍ରୀ, ଅଭିଭାବକ ଗଣଙ୍କୁ ଶ୍ରେୟ ଦେଇଛନ୍ତି । ନିଜ ପିତାମାତା ତଥା ପରିବାର ବର୍ଗଙ୍କ ଆଶୀର୍ବାଦ ଓ ଶୁଭଚିନ୍ତନ ପାଇଁ ଏଭଳି ଏକ ଅନନ୍ୟ କୃତିତ୍ୱର ଅଧିକାରିଣୀ ହେଲି ବୋଲି ମତ ପ୍ରକାଶ କରିଛନ୍ତି ।