ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ସମାଜସେବୀ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୁଣ୍ୟ ତିଥି ସ୍ଥାନୀୟ ତେରାପନ୍ଥ ଭବନ ପରିସରରେ ଅନଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ସମାଜ ପ୍ରତି ରହିଥିବା ସମର୍ପଣକୁ ମନେ ପକାଇଥିଲେ । ପୂଜ୍ୟ ପୂଜା ସଂଗଠନ ସଭାପତି ଡା. ଅଶୋକ କୁମାର ସେଠୀ ସଭାପତିତ୍ୱ କରିଥିବା ବେଳେ ନାଗରିକ କମିଟି ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ସଭା ପରିଚାଳନା କରିଥିଲେ । ସ୍ୱର୍ଗତ ହରିନାରାୟଣଙ୍କ ସୁପୁତ୍ର ଇଂ.ମନୋଜ ଜୈନ ମଂଚାସୀନ ଥିଲେ । ସଭା ପ୍ରାରମ୍ଭରେ ସ୍ୱ. ହରିନାରାୟଣଙ୍କ ପୁତ୍ରବଧୂ ସନ୍ତୋଷ ଜୈନ ଓ ବବିତା ଜୈନ ମଙ୍ଗଳା ଚରଣ ପାଠ କରିଥିଲେ । ନାଗରିକ କମିଟି ସଭାପତି ବିକ୍ରମ ବିହିଦାର, ମାରୱାଡି ସମ୍ମେଳନ ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ, ସଂପାଦକ ମୋହନ ଅଗ୍ରୱାଲ, ଉପାଧ୍ୟକ୍ଷ ବଳରାମ ଅଗ୍ରୱାଲ, ମାରୱାଡି ସମ୍ମେଳନ ପ୍ରାନ୍ତୀୟ ଉପାଧ୍ୟକ୍ଷ ଗୋ÷÷ରୀଶଙ୍କର ଅଗ୍ରୱାଲ, ରାଜ କୁମାର ମୋଦୀ, ରୋଟାରୀ କ୍ଲବ ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ, ମହିଳା ସମିତି ଅଧ୍ୟକ୍ଷା ନିରୁ ଅଗ୍ରୱାଲ, ବାବୁଲାଲ ଖେଡିଆ, କହ୍ନେୟା ଅଗ୍ରୱାଲ ଆଦି ସଦସ୍ୟଗଣ ସ୍ୱ. ହରିନାରାୟଣ ଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଭୀମ ଭୋଇ ପୀଠରେ ବିଶେଷ ଯୋଗଦାନ ପାଇଁ ଛତ୍ରଧାରୀ ଅଗ୍ରୱାଲ ଏବଂ କରୋନା ସମୟରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ମନୀଷ ମିଶ୍ରଙ୍କୁ କୋଭିଡ୍‌ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ମନୋଜ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.