oom

ପୁଣି ଫେରିଲେ ହାତୀ : ୧୪ଟି ହାତୀ ନଷ୍ଟ କଲେ ବହୁ ଚାଷୀଙ୍କ ଧାନ ଫସଲ : ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଫେଲ୍ : କ୍ଷତିପୂରଣ ଦାବୀ

jsmm

ଦେଓଗାଁ, , (ମନିଷ କୁମାର ସାହୁ) : ପାଣିପାଗ ଦେଖି ଚାଷୀ ତର ତର ହୋଇ ଚାଷ କାମ କରୁଥିବା ବେଳେ ଠିକ୍ ସମୟରେ ଦାଉ ସାଧୁଛନ୍ତି ହାତୀ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ତଥା ଦେଓଗାଁ ବ୍ଲକ୍ ଅନ୍ତର୍ଗତ କିଛି ଗାଁଗୁଡିକରେ ଶୁକ୍ରବାର ରାତିରେ ୧୪ଟି ହାତୀ ଥିବା ଏକ ବଡ଼ ଦଳ ଧାନ ଚାଷକୁ ମାଡି ନଷ୍ଟ କରିଛନ୍ତି । ଯାହାଫଳରେ ସ୍ଥାନୀୟ ଚାଷୀ ଭୟଭୀତ ହୋଇ ରହୁଥିବା ବେଳେ ହାତୀ ଘଉଡ଼ାଇବାରେ ଫେଲ ମାରୁଛନ୍ତି ବନ କର୍ମଚାରୀ।


ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଆଉ ଗୋଟେ ପଟେ ହାତୀପଲ ଚାଷୀଙ୍କ ମୁଣ୍ଡ ବ୍ୟଥା ପାଲଟିଛି। ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ରୁଗୁଡିପାଲି ଓ ଉପରଝର ଗାଁରେ ଶୁକ୍ରବାର ରାତିରେ ହାତୀ ଉପଦ୍ରବ ଦେଖାଦେଇଛି। ୧୪ଟି ହାତୀ ଚାଷୀମାନଙ୍କ କ୍ଷେତରେ ଧାନ ଫସଲକୁ ଦଳିଚକଟି ନଷ୍ଟ କରି ଦେଇଥିବା ରାମଜୀ ବିଶ୍ଵାଳ, କୁସଲେଶ୍ୱର୍ ମହାକୁର, ସୁରେଶ ବିଶ୍ଵାଳ ପ୍ରମୁଖ ଚାଷୀମାନେ କହିଛନ୍ତି। ଶନିବାର ହାତୀ ଉପରଝର ନିକଟସ୍ଥ ଜଙ୍ଗଲରେ ଥିବା ଜଣାପଡିଛି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ନେବା ସହ ହାତୀ ଉପଦ୍ରବ ଯୋଗୁଁ ନଷ୍ଟ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବୀ କରିଛନ୍ତି।

jittmm
Leave A Reply

Your email address will not be published.