oum

କଟକଣା କୋହଳ ପରେ ପୁଣି ଦାଦନ ଚାଲାଣ ଆରମ୍ଭ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଙ୍କ କୋଭିଡ ଗାଇଡ଼ଲାଇନ ଅନଲକ -୪ରେ କଟକଣା କୋହଳ ହେବା ପରେ ସାଧାରଣ ଜୀବନ ଯାତ୍ରା ସ୍ୱଭାବିକ ହେବାରେ ଲାଗିଛି । ରାଜ୍ୟ ସରକାର ମଧ୍ୟ କରୋନା ଆଇନରେ କେତେକ କଟକଣା କୋହଳ କରିଥିବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପୂର୍ବରୁ ଦେଖା ଯାଉଥିବା ସମସ୍ୟାଗୁଡିକ ଦୂର ହୋଇଛି । ଦୋକାନ ବଜାର, ଯାନ ବାହନ ଚଳାଚଳ ରାତ୍ରୀ କର୍ଫ୍ୟୁ ଭଳି ଆଇନରେକୋହଳ କରାଯାଇଥିବାରୁ ଜନସାଧାରଣ ଆଶ୍ୱସ୍ତି ଅନୁଭବ କରିଛନ୍ତି । କରୋନା ମହାମାରୀ ସମୟରେ ଗତ ମାର୍ଚ୍ଚ ମାସଠାରୁ ଜୁନ ମାସ ଯାଏଁ ଯେଉଁ ପ୍ରବାସୀମାନେ ଘରକୁ ବାହୁଡ଼ି ଥିଲେ, ସେମାନେ ଏବେ ପୁଣି ଫେରିବାକୁ ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ଜଗଦଲପୁର ଥାନା ବିଭିନ୍ନ ପଞ୍ଚାୟତରୁ ସରକାରୀ ଭାବେ ନାମ ପଞ୍ଜିକରଣ କରି ପ୍ରବାସୀ ଘରକୁ ଆସିଥିଲେ। ଦୀର୍ଘ ୪ ମାସ ଘରେ ବସିବା ପରେ କୌଣସି ନିଶ୍ଚିତ କର୍ମ ସଂସ୍ଥାନ ନ ମିଳିବାରୁ ଯେଉଁଠୁ ଆସିଥିଲେ, ସେମାନେ ଫେରି ଯାଉଥିବା ଦେଖିବାକୁ ମିଳିଛି । ଲଖମରା ପଞ୍ଚାୟତରେ ବିଭିନ୍ନ ଗ୍ରାମର କେତେକ ପ୍ରବାସୀ ଦୀର୍ଘ ବର୍ଷ ହେଲାଣି ତାମିଲନାଡୁ ଏକ ଘରୋଇ କମ୍ପାନୀକୁ ଯାଇଥାନ୍ତି । ଉକ୍ତ ପ୍ରବାସୀମାନଙ୍କୁ ନେବା ପାଇଁ ଆସିଥିବା ଏକ ଘରୋଇ ବସ ଟିଏନ୍‌୭୩-ବି-୧୨୩୯ ବସର କର୍ମଚାରୀମାନେ ଜଗଦଲପୁର ଥାନା ଆଇ.ଆଇ.ସି.ଙ୍କ ନିକଟରେ ପ୍ରକାଶ କରିଛନ୍ତି । ଖବର ପାଇ ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ନିର୍ଦେଶ କ୍ରମେ ଜଗଦଲପୁର ଥାନା ଆଇ.ଆଇ.ସି. ଲିଳିମାଲଳିତା ବାର୍ଲା ଉକ୍ତ ବସକୁ ଥାନାକୁ ଆଣିଛନ୍ତି । ବସର ଫିଟନେସ ଓ ଇନସୁରେନ୍ସ ଗାଡିର ସମସ୍ତ କାଗଜପତ୍ର ଠିକଠାକ ଅଛି କି ନାହିଁ, ତାହା ତଦନ୍ତ କରୁଥିବା ଜଣାଯାଏ । ପ୍ରସାସନକୁ ଜଣାଇ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ କାର୍ୟ୍ୟାଳୟମାନଙ୍କରେ ପଞ୍ଜୀକରଣ କରିବାକୁ ଶ୍ରମିକ ଚାଲାଣ କରୁଥିବା ଏକ ଦଲାଲକୁ ତାଗିତ କରିଥିଲେ । ଆଇ.ଆଇ.ସି.ଙ୍କ ଏହି ନିୟମ ଦାଦନ ଚାଲାଣକୁ କିଛି ମାତ୍ରାରେ ରୋକିବାରେ ସହାୟକ ହେବବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.