centurian jitm

ମରୁଡି ସମୟରେ ବର୍ଷା ପାଇଁ ଆଦିବାସୀଙ୍କ ପ୍ରକୃତି ଦେବତାଙ୍କୁ ପୂଜା

nschool

ଟିଟିଲାଗଡ, (ଗୌରବ ଦର୍ଜୀ) : ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ଆକାଶକୁ ନେଇ । ପୁଣି କେତେବେଳେ ଗଛଳତା ପାଣି ପବନକୁ ନେଇ ପୂଜାର୍ଚ୍ଚନା କରିବା ସହ ଅନେକ ପରମ୍ପରାର ଛବି ବି ଦେଖିବାକୁ ମିଳିଥାଏ । ସେଥିପାଇଁ ତ ଏମାନଙ୍କୁ କୁହାଯାଏ ଆଦିବାସୀ ଏମାନଙ୍କ ରୀତିନୀତି ପୂଜା ବିଧି ବି ସ୍ୱତନ୍ତ୍ର ।

ଟିଟିଲାଗଡ଼ ନିକଟରେ ରହିଛି ଶଗଡ଼ଘାଟ ଗ୍ରାମପଞ୍ଚାୟତ ଆଉ ଏହି ପଞ୍ଚାୟତ ଅଧିନସ୍ଥ ଗୁଦଗୁଦା ଗାଁର ଆଦିବାସୀମାନଙ୍କ ଏକ ବିଶ୍ୱାସ ଏବଂ ପରମ୍ପରା ରହିଛି ବର୍ଷା ନ ହେଲେ ମରୁଡି ପଡିଲେ ଗାଁ ଲୋକେ ଗାଁରୁ ବାହାରି ସମଗ୍ର ପଂଚାୟତ ଲୋକଙ୍କୁ ନେଇ ଗାଁରୁ ୧୦ କିଲୋମିଟର ଜଙ୍ଗଲ ଭିତର ଦେଇ ପୁଣି ଚାରି କିଲୋମିଟର ପାହାଡ଼ ପର୍ବତ ଚଢି ଯିବାକୁ ହୁଏ କଦଳୀଝରଣକୁ । ସେଇଠି ବାବା ଡ଼ଙ୍ଗରବୁଢା ପୂଜା ପାଇ ଆସୁଛନ୍ତି । ବାବା ଡ଼ଙ୍ଗରବୁଢାକୁ ପୂଜାର୍ଚନା କରିବା ସହ ବୋଦା ବଳି କୁକୁଡ଼ା ବଳି ସହ ଦେଶୀ ରନ୍ଧା ମଦ ଅର୍ପଣ କରାଯାଏ । ପରେ ସେଠାରେ ଦିଆରି ଏବଂ ପୂଜାରୀ ଶରୀରକୁ ଡ଼ଙ୍ଗରବୁଢା ପ୍ରବେଶ କରିଥାନ୍ତି । ଆଉ ବର୍ଷା ହେବ ନା ନାହିଁ ସେ ନେଇ ସୂଚନା ଦେଇଥାନ୍ତି ତେବେ ପ୍ରତିଥର ପୂଜାର୍ଚ୍ଚନା ପରେ ଭୋଲେନାଥ ଶିବ ବାବା ଏବଂ ପାର୍ବତୀଙ୍କୁ ଡ଼ଙ୍ଗରବୁଢା ବାବା ଭାବରେ ଦିଆରି ଶରୀରରେ ପ୍ରବେଶ କରି ବର୍ଷା ହେବ ବୋଲି କହିଥିବା ବେଳେ ଭଲ ବର୍ଷା ବି ହୋଇଥାଏ ବୋଲି ବିଶ୍ୱାସ ରହିଛି । କଦଳୀଝରଣ ଉପରେ ସ୍ୱୟଂ ଭୋଲେନାଥ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି । ପାହାଡ଼ ଉପରେ ଏକ ଶିବଲିଙ୍ଗ ବି ରହିଛି । ସେଠାରେ ମଧ୍ୟ ପୂଜାପାଠ କରିଥାନ୍ତି । ତେବେ ଏହି କଦଳୀଝରଣ ବା ଡ଼ଙ୍ଗରବୁଢାଙ୍କ ପୂଜାକୁ ନେଇ କାହିଁ କେଉଁ କାଳରୁ ବିଶ୍ୱାସ ରହିଛି । ଏହି ପୀଠକୁ ଶହ ଶହ ମାତ୍ରାରେ ମହିଳା ପୁରୁଷ ଠୁ ନେଇ ପିଲାମାନେ ମଧ୍ୟ ଆସି ପୂଜାର୍ଚ୍ଚନା କରିଥାନ୍ତି । ଯାହା ବାସ୍ତବରେ ଏକ ନିଆରା ପରମ୍ପରାର ମହକ ଦେଉଛି । ବାଜୁଥାଏ ଢୋଲ, ନିଶାନ, ତାଷା ଆଉ ମୁହୁରିର ତାଳେ ତାଳେ ପଞ୍ଚବାଦ୍ୟ ଗାଁ ଦାଣ୍ଡରେ ଦୁଲୁକି ଉଠୁଛି । ହାତରେ ଖଣ୍ଡା, ତଳବାର, ଧନୁ ତୀର ଧରି ବେଶ ଧୁମ ଧାମରେ ବାଦ୍ୟର ତାଳେ ତାଳେ ନାଚ ନାଚି ଆଗକୁ ବଢିଚାଲିଛନ୍ତି । ଧିରେ ଧୀରେ ଶହ ଶହ ଲୋକ ଜମା ହୋଇ ପୂଜା ଥାଳି ନେଇ ଜଙ୍ଗଲ ଅଭିମୁଖେ ବାହାରି ଥିଲେ । ଆଉ ଜଙ୍ଗଲ ଭିତରେ ଏମାନଙ୍କ ପାରମ୍ପରିକ ନାଚ ଗୀତ ବି ହୋଇଥାଏ । କେମିତି ନାଚ ଗୀତରେ ମସଗୁଲ ହୋଇଯାଇଥାନ୍ତି ମହିଳା ଠୁ ପୁରୁଷ । ଜଙ୍ଗଲ ଭିତର ରାସ୍ତା ପାହାଡ଼ ପର୍ବତ ଭରା ଆବଡ଼ ଖାବଡ଼ ରାସ୍ତା । ଟିକିଏ କେଉଁଠି ପାଦ ଝୁଂଟିଲେ କିଛି ବି ଘଟି ପାରେ । ଆଦିବାସୀମାନଙ୍କ ପ୍ରଥା ଓ ପରମ୍ପରା ଏ ପୂଜା ହେଉଛି ଡ଼ଙ୍ଗରବୁଢା ପୂଜା । ଆଉ ଟିଟିଲାଗଡ଼ ଅଂଚଳରେ ମରୁଡି ଦେଖା ଦେଇଥିବାରୁ ବର୍ଷା ପାଇଁ ଆଦିବାସୀ ମାନେ ଦୀର୍ଘ ଚାରି କିଲୋମିଟର ପାହାଡ଼ ଉପରେ ଚଢି ଡ଼ଙ୍ଗରବୁଢାକୁ ପୂଜାର୍ଚ୍ଚନା କରିଥାନ୍ତି । ଏମାନଙ୍କ ବିଶ୍ୱାସ ଯେ, ଡ଼ଙ୍ଗରବୁଢାକୁ ପୂଜା କଲେ ଭଲ ବର୍ଷା ହୁଏ ଏବଂ ଭଲ ଫସଲ ହୁଏ ।

Leave A Reply

Your email address will not be published.