ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀଙ୍କ ମନ୍ଦିରରେ ଆଜି କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ପାଣ୍ଡୁଲିପି ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସପ୍ସସ୍କୃତି ପରମ୍ପରାର ଝଲକ ରହିବ । ଆସନ୍ତା କାଲି ଠାରୁ ଏହାର ସୁଟିଂ କାର୍ୟ୍ୟ ଆରମ୍ଭ ହେବ । ଏହା ବରଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁଟିଂ କରାଯିବ । ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସମ୍ୱିତ ଆଚାର୍ୟ୍ୟ, ଅଭିନେତ୍ରୀ ସୁସ୍ମିତା ପ୍ରଧାନ, କଳାକାର ପ୍ରଦୀପ ଦେବତା, ମହାପ୍ରସାଦ କର, ହାସ୍ୟ କଳାକାର ବିନ୍ଦୁ, ଗଡ୍ଡୁ, ପ୍ରଯୋଜକ କେ.ତମନ୍ନା ଓ ରମେଶ ବାରିକ, ନିର୍ଦ୍ଦେଶକ ବାପି ଡେଭିଡ, କାହାଣୀ ଓ ସଂଳାପ ଲେଖକ ଯତୀନ୍ଦ୍ର ପ୍ରଧାନ, କ୍ୟାମେରା ଅମରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।