oum

ପେସାରେ ଶିକ୍ଷୟତ୍ରୀ, ନିଶାରେ କଣ୍ଠଶିଳ୍ପୀ ପ୍ରିୟଦର୍ଶିନୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଣିଷ ବେଳେ ବେଳେ ଅନେକ ସପନ ମଧ୍ୟ ଦେଖି ଥାଏ କେତେ ବେଳେ କେଉଁ ସ୍ୱପ୍ନ ସତ ହୁଏ ଆଉ କେତେ ବେଳେ ମିଛ ହୋଇଥାଏ ତାହା ମଧ୍ୟ କହି ହୁଏ ନାହିଁ । ଯଦିଓ ପିଲାଦିନରୁ ବାପା ମାଆଙ୍କଠାରୁ ସଙ୍ଗୀତ କ୍ଷେତ୍ରରେ ପ୍ରୋତ୍ସାହନ ମିଳିଥିଲା । କିନ୍ତୁ ସ୍କୁଲରେ ପଢ଼ୁଥିବା ବେଳେ ତାହାର ପରିପକ୍ବତା ଆସିଥିଲା । ସ୍କୁଲରେ ସଙ୍ଗୀତ ଶିକ୍ଷକଙ୍କ ଠାରୁ ହିନ୍ଦୁ ସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ପ୍ରଶିକ୍ଷଣ ନେଇଥିଲେ । ୬ ବର୍ଷର ସ୍କୁଲ କେରିୟ ମଧ୍ୟରୁ ପ୍ରାୟ ୪ ବର୍ଷ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେବାରେ ସୁଯୋଗ କରିଥିବା ସହ ପୁରସ୍କୃତ ମଧ୍ୟ ହୋଇଥିଲେ ପ୍ରିୟଦର୍ଶିନୀ । ଆଲବମ, ରିୟଲୀଟି ସୋ ଏବଂ ଅନେକ ଜାତୀୟ ଲୋକକଳା ପ୍ରଦର୍ଶନରେ ଲୋକଗୀତ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ପ୍ରିୟଦର୍ଶିନୀ ସାହୁ । ପେଷାରେ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ନିଶାରେ ଜଣେ କଣ୍ଠଶିଳ୍ପୀ । ବାପା ରବି ନାରାୟଣ ସାହୁ ଓ ମାଆ ଲିଲି ସାହୁଙ୍କ ଝିଅ ପ୍ରିୟଦର୍ଶିନୀ । ଏହି କଳାର ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ ଅନେକ ପ୍ରସଂଶା ମଧ୍ୟ ସାଉଁଟି ପାରିଛନ୍ତି । ତେବେ ସଇଁନ୍ତଲା ବିବିନା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିଛନ୍ତି । ବେଳପଡା ସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରିୟଦର୍ଶିନୀ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ୨୦୦୨ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ମଧ୍ୟ ପ୍ରଦେଶର ଭୋପାଳଠାରେ ଆୟୋଜିତ ସ୍କୁଲ ସ୍ତରୀୟ ଆଞ୍ଚଳିକ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ । ପରେ ୨୦୧୪ ମସିହାରେ ପୁନଃ ଭୋପାଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ତୃତୀୟ ସ୍ଥାନ ମଧ୍ୟ ହାସଲ କରିଥିଲେ । ପରେ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ସ୍ନାତକ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ଚାଲିଗଲେ । ଶେଷରେ ପୁଣି ଥରେ ୨୦୧୩ ମସିହାରେ ପୁଣି ସଙ୍ଗୀତ କ୍ଷେତ୍ରରେ ପାଦ ପକାଲେ ପ୍ରିୟଦର୍ଶିନୀ । ସେ ଶାସ୍ତ୍ରୀୟ ସଙ୍ଗୀତ ଅପେକ୍ଷା ଲୋକ ଗୀତରେ ଚର୍ଚ୍ଚିତ ହେଲେ । ଅନେକ ସମ୍ବଲପୁରୀ ଗୀତ ଗାଇଥିବା ବେଳେ ତାଙ୍କର ଗୀତ ଶୁଣିବା ପାଇଁ ଦର୍ଶକ ପସନ୍ଦ କରନ୍ତି । ୨୦୧୩ ମସିହାରେ ତରଙ୍ଗ ଚ୍ୟାନେଲରେ ରିଏଲିଟି ସୋ ଭଏସ ଅଫ ଓଡ଼ିଶାରେ ମଧ୍ୟ ଗୀତ ଗାଇ ଥିଲେ । ଦୁଲ ଦୁଲି କଲା ପରିଷଦ ତରଫରୁ ଓଡ଼ିଶାର ବିଭିନ୍ନ ରାଜ୍ୟ ସ୍ତରୀୟ ସମେତ ହରିୟାଣା, ଜାମ୍ମୁକାଶ୍ମୀର, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଗୀତ ମଧ୍ୟ ଗାଇ ସାରିଛନ୍ତି । ତେବେ ଜଣେ ଏଭଳି ପ୍ରତିଭାକୁ ପାଇ ଅଞ୍ଚଳବାସୀଙ୍କ ପାଇଁ ଗର୍ବଓ ଗୌରବମୟ । ଅନ୍ୟପଟେ ଗତ କିଛି ଦିନ ତଳେ ଆର୍ ଆର୍ ଷ୍ଟୁଡିଓ ବରଗଡରେ ଜନକ ସେଠ୍ ଅଫିସିଆଲ୍ ଆଉ ପ୍ରିତମ୍ ଏନ୍ଟରଟେନ୍ଟେନମେଣ୍ଟ ୟୁଟୁବ ଚେନାଲ୍ରେ ଖୁବ ସୁନ୍ଦର ଗୀତ ମଧ୍ୟ ଆସୁଥିବା ଜଣାପଡିଛି । ଗୀତିକାର ଜନକ ସେଠ୍ ଓ ସୈଲେଶ ସାମଲ୍‌ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ଆସୁଛି । ତେବେ ତାଙ୍କର ଗୀତକୁ ଶୁଣିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରଛନ୍ତି ।

Leave A Reply

Your email address will not be published.