oom

ଲୋକମାନଙ୍କ ରାଜନୈତିକ ସଶକ୍ତିକରଣ ଏବଂ ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ପ୍ରୟାସ ଆରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଂଚ ଓ ମହିଳା ଶ୍ରମଜୀବୀ ମଂଚର ଆହ୍ୱାନ କ୍ରମେ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ତୃଣମୂଳ ସ୍ତରରେ ଲୋକମାନଙ୍କ ରାଜନୈତିକ ସଶକ୍ତିକରଣ ଏବଂ ଲୋକମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ଗାଁ ସ୍ତରରୁ ଲୋକ ମାନଙ୍କର ଖାଦ୍ୟ, ପାଣି, ଶିକ୍ଷା ଆଦି ସମସ୍ୟାକୁ ଗାଁ ସଭା ମାଧ୍ୟମରେ ଚିହ୍ନଟ କରି ଅଗଷ୍ଟ ୧୫ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷିତ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାରେ ଏହି ସମସ୍ୟା ଗୁଡ଼ିକ ଗାଁ ଲୋକଙ୍କ ତରଫରୁ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ଲୋକ ସଂଗଠନ ଦ୍ୱାରା ୨୮ଗୋଟି ଗାଁରୁ ପିଇବା ପାଣି, ବିଦ୍ୟାଳୟରେ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସମସ୍ୟା ଚିହ୍ନଟ କରାଯାଇଛି ଯାହାକୁ ବଲାଙ୍ଗିର, ଗୁଡଭେଲା, ଦେଓଗାଁ, ସଇଁତଲା, ଟିଟିଲାଗଡ଼, ପାଟଣାଗଡ଼, ଖପ୍ରାଖୋଲ, ୭ଟି ବ୍ଲକର ୨୨ ଟି ପଞ୍ଚାୟତର ଗ୍ରାମସଭାରେ ସଚେତନ ନାଗରିକ ମାନଙ୍କ ତରଫରୁ ଉପସ୍ଥାପନ କରାଯିବ ବୋଳି ନିଷ୍ପତ୍ତି ନିଆଯାଇଛି । ଉପସ୍ଥାପନ ହେଲା ପରେ ପରବର୍ତ୍ତୀ ସମୟରେ ସମସ୍ୟା ଗୁଡ଼ିକ ସ୍ଥାନୀୟ ବିଡ଼ିଓ, ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.