ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ପାଇଁ ଆଇନ ଛାତ୍ର ଆଶିଷ ଜ୍ୟୋତିଷଙ୍କ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ମାଟିରେ ମିଳାଉ ନଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁ ବାୟୁମଣ୍ଡଳ ଦିନ‌କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଏହାଦ୍ୱାରା ମଣିଷ ସ୍ୱଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ । ଫଳରେ ଲୋକେ ବିଭିନ୍ନ ଦୂରାରୋଗ୍ୟରେ ଆକ୍ରାନ୍ତ ହେଉଛନ୍ତି ଏହି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାପାଇଁ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଉଦ୍ୟମ କରି ଚାଲିଛନ୍ତି । ସେ ଆଇନ ପାଢ ପଢୁଛନ୍ତି । ପ୍ରତି ରବିବାର ସମୟ କାଢି ମନ୍ଦିର, ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନରୁ ପ୍ଲାଷ୍ଟିକ ଗୋଟାଇ ଏକତ୍ରିତ କରନ୍ତି । ଏତଦ୍‍ବ୍ୟତୀତ ଖୋଲାସ୍ଥାନ ଓ ନ‌ଦୀବନ୍ଧମାନଙ୍କରେ ନିଜର ସ୍ୱଳ୍ପ କିଛି ଟଙ୍କା ଖର୍ଚ୍ଚକରି ଚାରାରୋପଣ କରନ୍ତି । ଅନ୍ୟପଟେ ମନ୍ଦିର ଯିବା ସମୟରେ ପଲିଥିନ ବଦଳରେ କାଠ ଚାଙ୍ଗୁଡି ବ୍ୟବହାର କରି ପଲିଥିନ୍ ସଫା କରୁଛନ୍ତି । ଆଶିଷ ଜ୍ୟୋତିଷ ପଡିଥିବା ପ୍ଲାଷ୍ଟିକ ଓ ପରିବା ଓ ରାଶନ ସାମଗ୍ରୀ କିଣିଲା ବେଳେ କପଡା ବ୍ୟାଗ ବ୍ୟବହାର କରିବା ଓ ବ୍ୟବସାୟୀ ଭାଇମାନଙ୍କୁ କାଗଜ ଠୁଙ୍ଗାରେ ଜିନିଷ ପ୍ରବର୍ତ୍ତାଇବା, ଘରୁ ଦେବା ପାଇଁ ବାହାରୁଥିବା ଅଳିଆ ଆବର୍ଜନାକୁ ଏଣେତେଣେ ନପକାଇ ଡଷ୍ଟବିନ୍‌ରେ ପକାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି । ଉକ୍ତ କାର୍ଯ୍ୟ ପାଇଁ ସେ କାହାର ସହାୟତା ଉପରେ ନିର୍ଭର କରନ୍ତି ନାହିଁ । ସମ୍ପର୍କରେ ପଚାରିବାରୁ, ନିଜର ଆଶିଷ ପରିବାର ବାଦ ସମାଜର ମଙ୍ଗଳ ପାଇଁ ପ୍ରତିପୋଷଣ ବାଦ ସମାଜର ଦୈନିକ କିଛି ନା କିଛି କାମ କରିବେ ବୋଲି ଶପଥ ନେଇଛନ୍ତି । ଅନ୍ୟମାନଙ୍କୁ ସାଥୀରେ ନେଉ ନାହାନ୍ତି ପଚାରିବାରେ ସେ କୁହନ୍ତି, କର୍ମମୟ ଜୀବନରେ ବ୍ୟସ୍ତ ରହୁଥିବା ମଣିଷ ଅନ୍ୟ ପାଇଁ ଟିକେ ସମୟ କାଢ଼ିବାକୁ ମଧ୍ୟ ମନ ବଳାଉ ନାହାନ୍ତି । ତେଣୁ କାହାକୁ ଉକ୍ତ କାମ କରିବାକୁ ଡାକିଲେ ବିଭିନ୍ନ ଆଲ ଦେଖାଇ ଆସନ୍ତି ନାହିଁ । ତେଣୁ ସେ କର୍ତ୍ତବ୍ୟ ଓ କ୍ଷମତା ପରିସର ଭିତରେ ଯେତିକି ପାରିବେ ପରିବେଶ ସୁରକ୍ଷା ପାଇଁ ସେତିକି କାମକରିବେ ବୋଲି କହିଛନ୍ତି । ତାଙ୍କର ଏହି ମହାନକାର୍ଯ୍ୟ ପାଇଁ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.