- ସମାଜ ଗଠନ କରିବାରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୫ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଝଲପ ପଲ୍ଲୀ ପ୍ରଗତି ପାଠାଗାରର ସଭାପତି ଡାକରୁଷି ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଝଲପ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ସମିତି ସଭ୍ୟ ସୁଦାମ ଚରଣ ଭୋଇ, ମୁଖ୍ୟବକ୍ତା ଭାବେ ପଲ୍ଲୀ ପ୍ରଗତି ପାଠାଗାରର ପ୍ରତିଷ୍ଠାତା ତଥା କୁଣ୍ଡାବୁଟୁଲା ସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର ସାହୁ, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜ ଗଠନ କରିବାରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତୁକୁଲା ମହାବିଦ୍ୟାଳୟର ଅଧ୍ୟାପକ ହେମରାଜ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଯୋଗେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପସଭାପତି ଶରତ ସାହୁ, ସମ୍ପାଦକ ପାର୍ଥବ ଭୋଇ, ସହ ସମ୍ପାଦକ ପ୍ରଫୁଲ୍ଲ ବାରିକ, କୋଷାଧ୍ୟକ୍ଷ ହିମାଂଶୁ ବେହେରା, ନାଟ୍ୟ ସମ୍ପାଦକ ପୁରୁଷୋତ୍ତମ ଭୋଇ, ପୂର୍ଣ୍ଣଚନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ଗୁଣନିଧି ବାରିକ, ତୁଲାରାମ ଭୋଇ, ଦୁଲମଣି ଭୋଇ, ଯୁବରାଜ ସାହୁ, ସତ୍ୟନାରାୟଣ ସାହୁ, ଦେବେନ୍ଦ୍ର ସାହୁଙ୍କ ସହ ପାଠାଗାରର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।