oom

ଗଞ୍ଜାମ ରେଡ୍ଡି ମହାଜନ ସଙ୍ଘମର ସଭା ପଣ୍ଡପ ପ୍ରତିଷ୍ଠା ଉତ୍ସବ

jsmm
  • ବାଲ୍ୟବିବାହ ଉଚ୍ଛେଦ, ଯୌତୁକ ପ୍ରଥା ଉଚ୍ଛେଦ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବିଞ୍ଚଣାପଲ୍ଲୀ ଗ୍ରାମ ନିକଟସ୍ଥ କୁଣ୍ଡାପୁଟ ଗ୍ରାମ ରାସ୍ତାପାର୍ଶ୍ୱରେ ଗଞ୍ଜାମ ତାଲୁକା ରେଡ୍ଡି ମହାଜନ ସଙ୍ଘମର ସଭା ଓ ସଚେତନତା ମଣ୍ଡପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଆସ୍କାଜୋନ ସଭାପତି ଆର.ଭାଗିରଥି ରେଡି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ସମାରୋହରେ ଯୌତୁକ ପ୍ରଥା ବିଲୋପ, ବାଲ୍ୟବିବାହ ପ୍ରଥା ଉଚ୍ଛେଦ ଓ କୂଳରେ କନ୍ୟା ମାନଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲା ସଭାପତି ସିଏଚ୍‌ ଡିଲେଶ୍ବର ରେଡ୍ଡିଡି, ସମ୍ପାଦକ ଆର.ଶ୍ରୀନିବାସ ରେଡ୍ଡି, ଜିଲ୍ଲା ଉପସଭାପତି ଆରମ୍ଭ ରେଡ୍ଡି, ଛତ୍ରପୁର ଜୋନ ସଭାପତି ଏସ.ବୈରାଗୀ ରେଡ୍ଡି, ସମ୍ପାଦକ ଡମ୍ବରୁ ରେଡ୍ଡି, ଆସ୍କା ଜୋନ ସମ୍ପାଦକ ଗୁରୁମୁର୍ତ୍ତୀ ରେଡ୍ଡି, ଖଲ୍ଲିକୋଟ ତାଲୁକା (କ)ସଭାପତି ସୀମାଞ୍ଚଳ ରେଡି, ଖଲ୍ଲିକୋଟ ତାଲୁକା (ଖ)ସଭାପତି ବିଜୟ ପ୍ରଧାନ, ଆସ୍କା ଜୋନ ସଭାପତି ସାରଙ୍ଗ ରେଡ୍ଡି, ପୂର୍ବଖଣ୍ଡ ସଭାପତି ଓ ଆଠଗଡ଼ ସଭାପତି, ଜିଲ୍ଲା ଉପସଭାପତି କେ.ଦୁର୍ଯ୍ୟୋଧନ ରେଡି, ଏସ.କ୍ରୀଷ୍ନା ରେଡ୍ଡି, ଜି.ସାତେୟା ରେଡ୍ଡି, ଏ.ସଂଜୀବ ରେଡି ପ୍ରମୁଖଙ୍କ ସହ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଉକ୍ତ ସମାରୋହରେ ୨ ହଜାରରୁ ଅଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ କଳସ ଯାତ୍ରା, ଘୃତ ଯଜ୍ଞ, ନାମଯଜ୍ଞର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

jittmm
Leave A Reply

Your email address will not be published.