oom

ସାନ ପତ୍ରାପାଲି ଗ୍ରାମରେ ବୀର ହନୁମାନଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେଉଥବା ବେଳେ ଟିଟିଲାଗଡ଼ ନିକଟସ୍ଥ ସାନ ପତ୍ରାପାଲି ଗ୍ରାମର ଛକରେ ଦିନେଶ ଅଗ୍ରୱାଲଙ୍କ ମାତା ସ୍ୱର୍ଗତ ଆନନ୍ଦି ଦେବି ଅଗ୍ରୱାଲଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ବୀର ହନୁମାନଙ୍କ ପ୍ରତିମୂର୍ତ୍ତି ଜାନୁଆରି ୨୨ ତାରିଖ ସକାଳ ୧୦ଟା ସମୟରେ ମହାଆଡ଼ମ୍ବରର ସହିତ ଉନ୍ମୋଚନ କରଯାଇଛି । ଏହି ଅବସରରେ କର୍ତ୍ତା ରୂପେ ଦିନେଶ ଅଗ୍ରୱାଲ ଏବଂ ସପତ୍ନୀ ଚାନ୍ଦିନୀ ଅଗ୍ରୱାଲ ପୂଜାରେ ବସିଥିଲେ । ଏହି ଅବସରରେ ପରିବାରର ସମସ୍ତ ସଦସ୍ୟ, ଗ୍ରାମବାସୀମାନଙ୍କ ସହ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.