oum

ଗୁଡେଶିରା ରଥଯାତ୍ରା ସାତ ବର୍ଷ ପୂର୍ତ୍ତି ଅବସରରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ଅନ୍ତର୍ଗତ ଗୁଡେଶିରା ରଥଯାତ୍ରା ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବେଳେ କୋଭିଡ୍‌ ମହାମାରୀ ଯୋଗୁଁ ୨୦୨୦-୨୦୨୧ ବନ୍ଦ ହୋଇଥିବା ବେଳେ ଡମ୍ବରୁ ଧର ଦେବତାଙ୍କ ସଭାପତିତ୍ଵରେ ଏ ବର୍ଷ ଏଥର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ୩ ତାରିଖ ବୁଧବାର ଦିନ ନୂଆ ଗୁଡେଶିରା ତଳିପଡା ଠାରେ ଆଜି ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ହୋଇଛି । ଆରମ୍ଭରୁ ଗୋଟିଏ ରଥରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ତିନୋଟି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଁ ସୁଭଦ୍ରା ବିଜେ କରୁଛନ୍ତି ୨୦୧୬ରେ ପୁରୀରୁ ବିଗ୍ରହ ଆଣିଥିବା କୃଷ୍ଣଚନ୍ଦ୍ର ଦାସ, ମନୋଜ ଭୋଇ ଓ ଟିକିଲାଲ ବାରିକ, ସୁକେଶିନି ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ପଣ୍ଡିତ ଗୋପାଳ ଦେବତା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗାଁର ଗୌନ୍ତିଆ ମହେନ୍ଦ୍ର ଦାସ ଓ ତାଙ୍କ ସହ ଧର୍ମଣୀ ଉଷାରାଣୀ ଦାସ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । କିଶୋର ଚନ୍ଦ୍ର ଦାସ ଓ ସ୍ୱର୍ଗତ ଗଣେଶ ପ୍ରଧାନଙ୍କ ଅବଦାନ ଅତୁଳନୀୟ ।

Leave A Reply

Your email address will not be published.