
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ଫୁଟବଲ ଓ ଖୋ-ଖୋ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏଥିରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରୁ ଯୋଗ ଦେଇଛନ୍ତି । ଉପସ୍ଥିତ ବ୍ଲକ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ସମ୍ମେତ ବ୍ଲକର କର୍ମକର୍ତ୍ତା ବୃନ୍ଦ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ସଦସ୍ୟ ସଦସ୍ୟା ବୃନ୍ଦ ପ୍ରମୁଖ ଉପସ୍ଥିତ ହୋଇଥିଲେ ଓ କ୍ରୀଡ଼ା ପ୍ରତିଯୋଗିତାର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ଏହି ଖେଳରେ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ ।