oum

ପିପିଇ କିଟ୍‌ ପରିଧାନ କରି କରୋନା ସେବା ଯୋଗାଇଲେ ସମାଜସେବୀ ପ୍ରତାପ ସାହୁ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ତାର କାୟାବିସ୍ତାର କରି ଚାଲିଛି । ଗତ ୨୦୨୦ ମସିହା ଫେବୃଆରୀ ମାସରେ ଦେଖା ଦେଉଥିବା କରୋନା ପ୍ରଥମ ଲହରୀର ଭୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ଷୀପ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସମସ୍ତ କଟକଣା ସତ୍ତେ୍ୱ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି, ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ଦୈନିକ ୬ ହଜାରୁ ଅଧିକ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ରୁ ୮ ଶହ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ଏହାକୁ ନେଇ ଲେକେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି । କରୋନାର ଏଭଳି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍‌ ପରିଧାନ କରି ରାଜଧାନୀର ବିଭିନ୍ନ ଅଂଚଳ ବୁଲି ସରକାରୀ ଓ ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, ସରକାରୀ ତଥା ବେସରକାରୀ ବସ୍‌, ରେଲୱେ ଷ୍ଟେସନ୍‌, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ରହଣୀ ସ୍ଥଳ, ସୂଚନା ଭବନ, ସାମ୍ବାଦିକ ଭବନ, ରବୀନ୍ଦ୍ର ମଣ୍ଡପ, ବସ୍ତି ଅଂଚଳ, ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ମାଗଣାରେ ସାନିଟାଇଜ୍‌ କରିବା ସହିତ ଲୋକଙ୍କୁ ମାସ୍କ, ସାନିଟାଇଜର୍‌, ସାବୁନ ବଂଟନ କରି କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ସହିତ ଅକ୍ସିମିଯର ଦ୍ୱାରା ଲୋକମାନଙ୍କ ଅମ୍ଲଜନା ପରୀକ୍ଷା କରାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଥମେ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେବେଠାରୁ ପ୍ରତାପ ପ୍ରତ୍ୟେକ ଦିନ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଅଂଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସାନିଟାଇଜ୍‌ କରିବା ସହିତ ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର୍‌, ସାବୁନ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । କରୋନାର ଦ୍ୱିତୀୟ ଲହରୀ ଏବେ ଜାରି ରହିଥିବାରୁ ପୂର୍ବପରି ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.