୭୨ ତମ ସାଧାରଣତନ୍ତ୍ର ଦିବସର ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ୨୦ ଜାନୁଆରୀ ୨୦୨୧ ଦିନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ କଟକଣାକୁ ଦୃ‌ଷ୍ଟିରେ ରଖି କେବଳ ଆରକ୍ଷୀ ବାହିନୀ, କୋଭିଡ ଯୋଦ୍ଧା, ଓ ପ୍ରାଶାସନିକ ଅଧିକାରୀଙ୍କୁ ନେଇ ୭୨ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ହାଇସ୍କୁଲ୍ ପଡିଆରେ ଅନୁଷ୍ଠିତ ହେବ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରସ୍ତୁତି ବୈଠକର ବିବରଣୀ ପାଠ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ପ୍ରତ୍ୟୁଷ ୪:୩୦ ମିନିଟ ସମୟ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ହାଇସ୍କୁଲ ପଡ଼ିଆରେ ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସକାଳ ୭;୩୦ ମିନିଟ ସମୟରେ ବିଭିନ୍ନ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ଓ ସକାଳ ୮:୪୦ ମିନିଟ ସମୟରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳଙ୍କ ଦ୍ଵାରା ହାଇସ୍କୁଲ୍ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେବେ । ବୈଠକରେ ପଡିଆ ବେରୀକେଟିଂ, ଜାତୀୟ ପତାକା ମଞ୍ଚର ସାଜସଜ୍ଜା, ସଫେଇ, ଅବକାରୀ ବିଭାଗର ପଦକ୍ଷେପ, କୋଭିଡ ଯୋଦ୍ଧାଙ୍କୁ ନିମନ୍ତ୍ରଣ, ପିଇବା ପାଣି, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ, ଆଇନ ଶୃଙ୍ଖଳା ଉପରେ ଆଲୋଚନା ହୋଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା । ପଡ଼ିଆରେ କାର୍ୟ୍ୟକ୍ରମ ପରେ ପୌରପରିଷଦ ନେତୃତ୍ୱରେ ସହରର ସାମୁହିକ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ଜନସାଧାରଣ, ଓ ଗଣମାଧ୍ୟମ ଯୋଗ ଦେବେ । ବୈଠକରେ ଏସ୍ ଡି ପି ଓ ସୁରେନ୍ଦ୍ର ନାଥ ଶତପଥୀ ଓ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ମଞ୍ଚାସିନ ଥିବା ବେଳେ, ବିଦ୍ୟୁତ୍ ବିଭାଗର ଏସ ଡି ଓ, ଅଗ୍ନିଶମ ବିଭାଗର ଅଧିକାରୀ, ଏ ବି ଡି ଓ ଟିଟିଲାଗଡ, ଅବକାରୀ ନିରୀକ୍ଷକ, ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଶେଷରେ ଉପ ଜିଲ୍ଲାପାଳ ଉପାଧ୍ୟାୟ ସମସ୍ତଙ୍କୁ କରୋନା କଟକଣାକୁ ମାନିବା ସହ ସାମୁହିକ ସ୍ୱଚ୍ଛ ଅବଲମ୍ବନ କରିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.