oom

ତୁରେକେଲା ବ୍ଲକ ଘେରାଓ ପାଇଁ ଆଦିବାସୀ ସଂଘର ପ୍ରସ୍ତୁତି ବୈଠକ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତୁରେକେଲା ବ୍ଲକ ଆଦିବାସୀଙ୍କୁ ସଂରକ୍ଷଣରେ ଉପେକ୍ଷା ଯୋଗୁଁ ପ୍ରତିବାଦ

jsmm

କଂଟାବାଂଜି, (ମନିଶ କୁମାର ହଂସ) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଉପେକ୍ଷା କରାଯିବା ସହ କେତେକ ପଂଚାୟତରେ ସଂପୂର୍ଣ୍ଣ ବାଦ ଦିଆଯାଇଥିବାରୁ ତୁରେକେଲା ବ୍ଲକ ଆଦିବାସୀ ସଂଘ ବିରୋଧ କରି ବୁଧବାର ଦିନ ଏକ ବୈଠକ କରିଛି । କମେଇମୁଣ୍ଡା ପଂଚାୟତ ସଦର ଗ୍ରାମରେ ହୋଇଥିବା ବୈଠକରେ ଓଡିଶା ସରକାରଙ୍କୁ ବିରୋଧ କରି ଆଗାମୀ ୮ ତାରିଖ ଦିନ ତୁରେକେଲା ବ୍ଲକ ଘେରାଓ କରିବା ପାଇଁ ନିଷ୍ପତି ନିଆଯାଇଛି । ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ଶାଖା ସଂପାଦକ ନରୋତମ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନାରୀନେତ୍ରୀ ତଥା ସମିତି ସଭ୍ୟା ଖେଲନ୍ତି ସମରଥ, ଲିଙ୍ଗ ମାଝି, ସହଦେବ ମାଝି, ଉଗ୍ରେସନ ପାତ୍ର, ଗଣ୍ଡାରାମ ମାଝି, ଅମର ମାଝି, ରାମେଶ୍ୱର ମାଝି, ସୁଶିଲ ଥାନାପତି, ତୁଷାର ଧରୁଆ, ଟିକେ କଅଁର, ବୁଧନେ ମାଝି, ଉର୍ମିଲା କୁଅଁର, ଡୁଲାମଣି ମାଝି, ଗଜ୍ର ଧରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.