ପବିତ୍ର ଶ୍ରୀରାମ ନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଚଳିତ ବର୍ଷର ପବିତ୍ର ଶ୍ରୀରାମ ନବମୀ ପାଳନ କମିଟି ଦ୍ଵାରା ସ୍ଥାନୀୟ ସିଦ୍ଧି ବିନାୟକ ମନ୍ଦିର ପରିସରରେ ପୂର୍ବ ସଭାପତି ହରିକିସନ ଜୈନଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ସହିତ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଯାଇଛିଜ୍ଝ । ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଶ୍ରୀରାମ ନବମୀ ଅବସରରେ ପ୍ରବୀଣ କୁମାର ମୁଣ୍ଡଙ୍କୁ ସଭାପତି ଘୋଷିତ କରାଯାଇ ଥିବାବେଳେ ଶାନ୍ତନୁ କୁମାର ପାଢ଼ୀ ଓ ସୁଶିଲ ଚନ୍ଦ୍ର ପଟ୍ଟନାୟକଙ୍କୁ ଉପସଭାପତି ମନୋନୀତ କରାଯାଇଛି । ସେହିପରି ସାଗର ସୌରଭ ବେହେରା ସମ୍ପାଦକ ଘୋଷିତ ହୋଇଥିବା ବେଳେ ସହ ସମ୍ପାଦକ ଭାବରେ ମଧୁସୂଦନ ଠାକୁର ଓ କୋଷାଧ୍ୟକ୍ଷ ଭାବରେ ଅବିନାଶ ନନ୍ଦ ଘୋଷିତ ହୋଇଛନ୍ତି । ଉପଦେଷ୍ଟା କମିଟିର ସଭାପତି ଭାବରେ ଦିବାକର ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ପ୍ରମୋଦ ଠାକୁର, ସୁଧାକର ପଣ୍ଡା, ଚିତ୍ତରଞ୍ଜନ ସିଂହ, ଅମିତ କୁମାର ପଣ୍ଡା, ପ୍ରଭାତ ରଞ୍ଜନ ବେହେରା, ଅବିନାଶ ବେହେରା, ଅଭିଳାଷ ବେହେରା, ସିଦ୍ଧାର୍ଥ ମିଶ୍ର, ପଙ୍କଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.