oom

ଟିଟିଲାଗଡ ମାଉସୀ ମା’ ମନ୍ଦିର ୮୭ତମ ଦୁର୍ଗା ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ହେବ ଦୁର୍ଗା ପୂଜା । ଏଥିପାଇଁ ସବୁ ଆଡେ ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ମାଉସୀ ମନ୍ଦିର ଠାରେ ମାଉସି ମନ୍ଦିର ଦୁର୍ଗା ପୂଜା କମିଟି ପକ୍ଷରୁ ଧବଳେଶ୍ୱର ଦଳବେହେରାଙ୍କ ସଭାପତିତ୍ୱରେ ଚଳିତ ବର୍ଷ କିପରି ପୂଜା କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ସଭା ଆରମ୍ଭ ହେବା ପୂର୍ବରୁ ସ୍ୱର୍ଗା ରୋହଣ କରିଥିବା କମିଟିର ସଦସ୍ୟମାନଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ଚଳିତ ବର୍ଷ କିପରି ଧୁମଧାମରେ ପୂଜା ଆୟୋଜନ କରାଯିବ ସେ ନେଇ ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଚଳିତ ବର୍ଷ ପାଇଁ ପୂର୍ବ ବର୍ଷର ଚୟନ ହୋଇଥିବା କମିଟି ପୁଣି ଥରେ ଏହି ବର୍ଷର ଦାୟିତ୍ଵ ତୁଲାଇବା ପାଇଁ ବରିଷ୍ଠ ସଦସ୍ୟ ରାଜୁ ମିଶ୍ର ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିଲେ । ଏହି ବୈଠକରେ ରାଜୁ ମିଶ୍ର, ସୁଧୀର ଅଗ୍ରୱାଲ, ଧବଳେଶ୍ୱର ଦଳବେହେରା, ମହେଶ । ଇନ୍ଦୋରିଆ, ମନୋଜ ଦଳବେହେରା, ଦେବାଶିଷ ନାୟକ, ମନୋରଞ୍ଜନ ବାଗ, ସଞ୍ଜୟ ବେହେରା, ରାଧାକାନ୍ତ ଦର୍ଜି, ଈଶ୍ୱର ଜୈନ, ପ୍ରମୋଦ ପ୍ରଧାନ, ଧିରେନ ସାହୁ, ଶେଷ ଦେବ ସାହୁ, ଦୀପକ ପୃଷ୍ଟି, ଆଶିର୍ବାଦ ମହାପାତ୍ର, ଭକ୍ତ ଦଳବେହେରାଙ୍କ ସମେତ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ମଣ୍ଡପରେ ସିସିଟିଭି ଲଗାଇବାର ବ୍ୟବସ୍ଥା କରାଯିବାର ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.